ପାକିସ୍ତାନ ମହିଳା ବନାମ ଦକ୍ଷିଣ ଆଫ୍ରିକା ମହିଳା; ଏକା ଲଢ଼ିଲେ ଫାତିମା, ହାରିଲା ପାକିସ୍ତାନ !

ମହିଳା T୨୦ ବିଶ୍ୱକପ୍ ୨୦୨୬ରେ ପାକିସ୍ତାନକୁ ଲଗାତାର ଦ୍ୱିତୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବର୍ମିଂହାମରେ ଖେଳାଯାଇଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୨ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ତେବେ ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କ ଲଢ଼ାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

SA-W vs PAK-W, Women's T20 World Cup 2026: South Africa ride Annerie  Dercksen knock to beat Pakistan

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନର ଟପ୍ ଅର୍ଡର ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଥିଲା। ମାତ୍ର ୫୦ ରନ୍‌ରେ ୮ଟି ୱିକେଟ୍ ହରାଇ ଦଳ ଚାପରେ ପଡ଼ିଯାଇଥିଲା। ଏଭଳି ସ୍ଥିତିରେ ଅଧିନାୟିକା ଫାତିମା ସାନା ଏକାକୀ ଦାୟିତ୍ୱ ନେଇ ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

Women's T20 World Cup 2026: PAK W vs SA W, Match 11 highlights | CricTracker

ଫାତିମା ୩୮ ବଲ୍‌ରେ ୫୫ ରନ୍‌ର ଅପରାଜିତ ଇନିଂସ ଖେଳିଥିବା ବେଳେ ଟୁବା ହାସନଙ୍କ ସହ ୯ମ ୱିକେଟ୍ ପାଇଁ ୭୧ରନ୍‌ର ରେକର୍ଡ ଭାଗୀଦାରୀ କରିଥିଲେ। ଏହା ଫଳରେ ପାକିସ୍ତାନ 20 ଓଭରରେ 126 ରନ୍ ସଂଗ୍ରହ କରିପାରିଥିଲା।

Women's T20 World Cup 2026 - Pakistan opt to bat, and play Javed and Tuba;  SA unchanged | ESPNcricinfo

କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ଫାତିମା ସାନା ଦମଦାର ପ୍ରଦର୍ଶନ କରି ୩ଟି ୱିକେଟ୍ ନେଇଥିଲେ। କିନ୍ତୁ ଅନ୍ୟ ଖେଳାଳିଙ୍କଠାରୁ ଆବଶ୍ୟକ ସମର୍ଥନ ନମିଳିବାରୁ ତାଙ୍କ ଚେଷ୍ଟା ବ୍ୟର୍ଥ ଯାଇଥିଲା। ୧୨୭ ରନ୍‌ର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ୮ୱିକେଟ୍ ହରାଇ ହାସଲ କରିନେଇଥିଲା। ଫଳରେ ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟରେ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିବାକୁ ପଡ଼ିଛି।