ନୟାଗଡ: ନୟାଗଡରେ ଗୁଣି ଗାରେଡି ସନ୍ଦେହରେ କଙ୍ଗାରୁ କୋର୍ଟ ଦ୍ୱାରା ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗତ ୧୯ ତାରିଖରେ ଗୁଣି ଗାରେଡି କରୁଥିବା ସନ୍ଦେହରେ ୫ ଜଣଙ୍କୁ ମାଡ ମାରିବା ସହ ବିଷ୍ଟା ଖୁଆଇଥିଲେ ଗ୍ରାମବାସୀ । ଏହାପରେ ଆଜି ସେମାନଙ୍କୁ କଙ୍ଗାରୁ କୋର୍ଟ କରି ନିର୍ଯାତନା ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଏଭଳି ଏକ ଘଟଣା ଘଟିଛି ନୟାଗଡ ବାଣିଗୋଚ୍ଛା ଚଢେୟାପଲ୍ଲୀରେ । ଗୁଣିଗାରେଡି ସନ୍ଦେହରେ ୪ ଜଣଙ୍କୁ ଅମାନବୀୟ ନିର୍ଯାତନା ଦେଇଥିଲେ ଗ୍ରାମବାସୀ । ଏହାପରେ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରିବାରେ ଅସଫଳ ହୋଇଥିବାରୁ ଗ୍ରାମବାସୀମାନେ ଭୟରେ ଗାଁକୁ ନଯାଇ ଜଙ୍ଗଲରେ ରହୁଥିଲେ । ଚଢେୟାପଲ୍ଲୀ ଗଁ।ରେ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ପରେ ମୃତକଙ୍କ ବୋହୂଙ୍କ ଦେହରେ ମଙ୍ଗଳା ଠାକୁର ଉଭା ହୋଇ ଗଁ।ର ସୋଷ ନାୟକ, ସୁନନ୍ଦ ନାୟକ, ବିଦ୍ୟା ନାୟକ, ଭରତ ନାୟକ ଏବଂ ବିଘ୍ନରାଜ ସେଠୀ ଗୁଣିବିଦ୍ୟା କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାରିଥିବା କହିଥିଲେ ।
ଏ ନେଇ ଗତ ୧୯ ତାରିଖ ସଭାରେ ଏହି ୫ ଜଣ ବ୍ୟକ୍ତିଙ୍କୁ ଗୁଣି କରିବା ଅଭିଯୋଗରେ ଦଣ୍ଡ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ପୋଲିସରେ ଏମାନଙ୍କ ବିରୋଧରେ ଅଭିଯୋଗ ହେବା ପରେ ସୁଦ୍ଧା ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ଶେଷରେ ପୋଲିସ ତଦନ୍ତ କରି ୫ ଜଣଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ।