ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ବେଳେ ଘଟିଲା ବଡ଼ ଅଘଟଣ । ମରିଚକୋଟ ନିକଟରେ ଭିଡର ଠେଲାପେଲାରେ ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ମୃତ ଭକ୍ତ ଜଣକ ହେଲେ କଟକର ଅନିଲ ଦାସ । ଏହାଛଡ଼ା ୧୫୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀ ଘଟଣାକୁ ଠେଲାପେଲା କହୁଥିଲା ବେଳେ ପ୍ରଶାସନ ଅଣନିଃଶ୍ବାସୀରୁ ମୃତ୍ୟୁ ବୋଲି କହିଛି ।

ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଛି । ଅସଂଖ୍ୟ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ସାଜିଛି । ଆଉ ଏହି ଗହଳିରେ ଏକ ଅଘଟଣ ଘଟିଛି । ଠାକୁରଙ୍କୁ ଦେଖିବା ପାଇଁ ମରିଚକୋଟ ନିକଟରେ ଭିଡରେ ଜଣେ ଭକ୍ତ ଅଣନିଃଶ୍ବାସୀ ହୋଇ ତଳେ ପଡିଯାଇଥିଲେ। ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
