ଶୂନ୍ୟ ପହଣ୍ଡିରେ ଆସିଲେ ମା’ ସୁଭଦ୍ରା

ଆଜି ପବିତ୍ର ଘୋଷଯାତ୍ରା। ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନଅଦିନ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି କାଳିଆ ଠାକୁର। ସେଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତ ଉତ୍କଣ୍ଠାରେ ଚାହିଁ ରହିଛନ୍ତି। ଆଜି ସକାଳୁ ଶ୍ରୀମନ୍ଦିରର ଯଥାରୀତି ନୀତି ସମ୍ପନ୍ନ ହେଉଛି। ସକାଳର ପ୍ରଥମ ନୀତି ପରେ ରଥ ପ୍ରତିଷ୍ଠା କରାଯାଇଥିଲା। ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ନିଆଯାଉଛି।

ପ୍ରଥମେ ପ୍ରଭୁ ସୁଦର୍ଶନ, ବଳଭଦ୍ର, ଜଗନ୍ନାଥ ଏବଂ ବର୍ତ୍ତମାନ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି। ଶୂନ୍ୟ ପହଣ୍ଡିରେ ଆସୁଛନ୍ତି ଦେବୀ ସୁଭଦ୍ରା। ଦେବଦଳନ ରଥରେ ବିଜେ କରିବେ ଦେବୀ ସୁଭଦ୍ରା । ଟାହିଆ ସୁଶୋଭିତ ହୋଇ ଭକ୍ତଙ୍କ ଗହଳରେ ଝୁଲିଝୁଲି ବାଇଶି ପାହଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟରେ ଅତି ମନୋରମ। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ବଡ଼ଦାଣ୍ଡରେ ଅପେକ୍ଷା କରି ରହିଛନ୍ତି।