(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଗତକାଲି ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଭଦୋଦରା-ଅହମଦାବାଦ ଏକ୍ସପ୍ରେସୱେରେ ରସାୟନ ସାମଗ୍ରୀ ବୋଝେଇ ଏକ କଣ୍ଟେନର ଟ୍ରକକୁ ଧକ୍କା ଦେବାରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଦୁର୍ଘଟଣାପରେ କ୍ୟାମିକାଲ ତଳେ ପଡ଼ିଯିବା ପରେ ନିଆଁ ଜଳି ଉଠିଥିଲା । ଟ୍ରକରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ରସାୟନ ସାମଗ୍ରୀ ବୋଝେଇ ଗାଡ଼ି କିଛି ଘଣ୍ଟା ମଧ୍ୟରେ ପୋଡିଯାଇ ପାଉଁଶ ହୋଇଯାଇଛି । ଅନ୍ୟପକ୍ଷରେ ଟ୍ରକଟି ଭାଙ୍ଗି ଚୁରମାର ହୋଇଯାଇଛି । ଗୁଜୁରାଟର ଆନନ୍ଦ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିବା ପରେ ପ୍ରାୟ ୧୦ କିଲୋମିଟର ଯାଏଁ ଟ୍ରାଫିକ ଭିଡ ରହିଥିଲା । ଘଣ୍ଟା ଘଣ୍ଟା ଧରି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲି।
ଗୁରୁତର ଆହତଙ୍କୁ କର୍ମସାଦସ୍ଥିତ ଶ୍ରୀକୃଷ୍ଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିଯାଏ ଦମକଳ ବିଭାଗର ୫ଟି ଗାଡି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି ।