ରାଜ୍ୟପାଳଙ୍କ କୋଣାର୍କ ପରିଦର୍ଶନ, ମନେପକାଇଲେ ବାରସହ ଶିଳ୍ପୀ ଓ ଧର୍ମପଦଙ୍କ କଥା

(ଜୟନ୍ତ କୁମାର ସେଠୀ): ବିଶ୍ବପ୍ରସିଦ୍ଧ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପରିଦର୍ଶନ କରିଛନ୍ତି ଓଡିଶାର ମହାମହୀମ ରାଜ୍ୟପାଳ ଡ଼ଃ ଗଣେସୀ ଲାଲ୍ । ଏହି ମନ୍ଦିରର ପ୍ରାଚୀନ କଳାକୃତି, କୀର୍ତ୍ତିରାଜି ଓ ଭାସ୍କର୍ଯ୍ୟ ବିଶ୍ୱରେ ଅଦ୍ୱିତୀୟ ବୋଲି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ମନ୍ଦିର ନିର୍ମାତା ମହାରାଜା ଲାଂଙ୍ଗୁଳା ନରସିଂହ ଦେବ, ମୁଖ୍ୟ ସ୍ଥାପିତ ବିଶୁମହାରଣା, ବାରସହ ଶିଳ୍ପୀ ଓ ଧର୍ମପଦଙ୍କ କଥାକୁ ମନେପକାଇଥିଲେ । ଏହି ପ୍ରାଚୀନ ଓ ମହନୀୟ କଳାକୃତି କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଭାବବିଭୋଳିତ ହେବାସହ ଆଶ୍ଚର୍ୟ୍ୟ ହୋଇପଡ଼ିଥିଲେ। ରାଜ୍ୟପାଳ ଆସିବାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ସଜାଗ ଥିବା ଦେଖିବାକୁ ମିଳିଥିଲା। ରାଜ୍ୟପାଳଙ୍କ ସହିତ ତାଙ୍କ ଦୁଇ ଝିଅ ମଧ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ। ସୁର୍ଯ୍ୟ ମନ୍ଦିରର ଇତିହାସ ବିଷୟରେ କୋଣାର୍କ ଟୁରୁଜିମ ଗାଇଡି ଆଭାସ ମହାନ୍ତି ନିଖୁଣ ଭାବରେ ବୁଝେଇ ଥିଲେ। ଓଡ଼ିଶାର ସିଳ୍ପି ରଘୁନାଥ ମହାପାତ୍ରଙ୍କ ନିର୍ମିତ ନିଖୁଣ କାରୁକାର୍ଯ୍ୟ ପ୍ରେକ୍ଷାଳୟ କକ୍ଷ ବୁଲି ଦେଖି ରଘୁନାଥ ମହାପାତ୍ରଙ୍କୁ ପ୍ରଶଂସା କରୁଥିଲେ। ମହାମହିମ ରାଜ୍ୟପାଳ ଶ୍ରୀ ଲାଲ୍ କୋଣାର୍କ ସୂର୍ଯ୍ୟ ମନ୍ଦିରର ଐତିହ୍ୟ, କଳାକୃତି, ଭାସ୍କର୍ଯ୍ୟ ଓ ସଂସ୍କୃତିକୁ କିଭଳି ଭାବରେ ଆଗାମୀ ପିଢ଼ି ଓ ପର୍ଯ୍ୟଟକମାନଙ୍କ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୁନ୍ଦର ଭାବରେ ଫିଲ୍ମ ମଧ୍ୟମରେ ପ୍ରସ୍ତୁତ କରାଯାଇ ଉପସ୍ଥାପିତ କରାଯାଇଛି ତାହାର ଭୁୟସୀ ପ୍ରଶଂସା କରିଥିଲେ। ସୁର୍ଯ୍ୟ ମନ୍ଦିର ଉପଯୁକ୍ତ ରକ୍ଷଣ ବେକ୍ଷଣ କିପରି ଭାବରେ କରାଯିବ ସେନେଇ ଭାରତ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ପ୍ରକାଶ କରିଥିଲେ।