ଢେଙ୍କାନାଳ:- ଢେଙ୍କାନାଳ ଜିଲ୍ଲା ମହାବୀରୋଡ଼ କେନ୍ଦୁପତ୍ର ରେଞ୍ଜ ତରଫରୁ ପଙ୍ଗାତିରା ମେଡ଼ିକାଲ ଠାରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।ଏଠାରେ ମହାବୀରୋଡ଼ କେନ୍ଦୁପତ୍ର ରେଞ୍ଜ ଅଂଚଳରୁ ଶତାଧିକ ତୋଳାଳି ଓ ବନ୍ଧେଇ ଶ୍ରମିକ ସହିତ ଅନ୍ୟ ଲୋକମାନେ ଉପସ୍ଥିତ ରହି ନିଜର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଔଷଧ ନେଇଥିଲେ । ହାତ ପାହାନ୍ତାରେ ସ୍ୱାସ୍ଥ୍ୟ ସେବା ପାଇଥିବାରୁ ଲୋକମାନେ ବେଶ ଖୁସି ହୋଇଥିଲେ ।ଏଠାରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଭଳି ଜନହିତକର କାମକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଥିଲେ ।