ରେଳ କର୍ମଚାରୀଙ୍କୁ ପୂଜା ଭେଟି। ଏଥର ପୂଜା ପାଇଁ ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ। ୭୮ ଦିନ ପାଇଁ ଆଧାରିତ ବୋନସ ପ୍ରଦାନ କରିବାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି ଏହି ନିଷ୍ପତ୍ତି ହୋଇଛି। ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍ ୨୦୦୯.୬୧ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ୍ ମୋହର ମାରିଛି।
ପ୍ରତିବର୍ଷ ଦୁର୍ଗା ପୂଜା ବା ଦଶହରା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ପିଏଲବି ପ୍ରଦାନ କରାଯାଏ। ଚଳିତ ବର୍ଷ ମଧ୍ୟ ପ୍ରାୟ ୧୧.୪୦ ଲକ୍ଷ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ ୭୮ ଦିନର ମଜୁରୀ ସମକକ୍ଷ ପିଏଲବି ପ୍ରଦାନ କରାଯିବ। ବୋନସ କର୍ମଚାରୀମାନଙ୍କୁ ରେଳବାଇର କାର୍ୟ୍ୟଦକ୍ଷତାରେ ଉନ୍ନତି ଆଣିବା ନିମନ୍ତେ ପ୍ରେରଣା ଦେବା ପାଇଁ ଏକ ପ୍ରୋତ୍ସାହନ ଭାବରେ କାର୍ୟ୍ୟ କରେ ବୋଲି ସରକାର କହିଛନ୍ତି।