ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡା କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ଦେବଗୌଡା ଓ ତାଙ୍କ ପତ୍ନୀ ଚେନ୍ନାମାଙ୍କୁ କରୋନା । ଦେବଗୌଡା ବୁଧବାର ସେ କରୋନା ସଂକ୍ରମିତ ଥିବା ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଉଲ୍ଲେଖ କରିଛନ୍ତି, ମୁଁ ଓ ମୋର ପତ୍ନୀ କରୋନା ସଂକ୍ରମିତ ହୋଇଛୁ । ଏହା ଜଣାପଡିବା ପରେ ଆମେ ଦୁଇ ଜଣ ଓ ପରିବାରର ଅନ୍ୟ ସଦସ୍ୟ ସେଲ୍ପ ଆଇସୋଲସନରେ ଅଛୁ । ତେବେ ଗତ କିଛି ଦିନରେ ଆମ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ପରୀକ୍ଷା କରାଇନେବା ଅବଶ୍ୟକ ତଥା ଏହାକୁ ନେଇ ଦଳୀୟ କର୍ମକର୍ତ୍ତା ଭୟଭୀତ ନ ହେବାକୁ ଦେବଗୌଡା ଉଲ୍ଲେଖ କରିଛନ୍ତି ।