ଫିରିଙ୍ଗିଆ ପୋଲିସ ଦ୍ବାରା ୧୯୨ କେଜି ଗଞ୍ଜେଇ ଜବତ
ଗତ କାଲି ଫିରିଙ୍ଗିଆ ପୋଲିସ ଫିରିଙ୍ଗିଆ ଥାନା ତଳଦଣ୍ଡିକିଆ ପଞ୍ଚାୟତ କୁସୁମୁନାଜୁ ଗାଁ ନିକଟ ଜଙ୍ଗଲ ରାସ୍ତା ରୁ ୧୯୨ କେଜି ଗଞ୍ଜେଇ ଜବତ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ବିଭିନ୍ନ ସ୍ଥାନରେ ଚଢାଉ ସହ ଗଞ୍ଜେଇ ଜବତ କରି ଚାଲାଣ କାରିକୁ ଗିରଫ କରି କୋର୍ଟ ଚାଲାଣ କରୁଥିଲେ ମଧ୍ୟ ଗଞ୍ଜେଇ ଚାଲାଣ କିମ୍ବା ଗଞ୍ଜେଇ ଚାଷ କମିବାରେ ନା ଧରୁନି । ଗତ କାଲି ପୁଣି ଥରେ ଫିରିଙ୍ଗିଆ ପୋଲିସ ଫିରିଙ୍ଗିଆ ଥାନା ତଳଦଣ୍ଡିକିଆ ପଞ୍ଚାୟତ କୁସୁମୁନାଜୁ ଗାଁ ନିକଟ ଜଙ୍ଗଲ ରାସ୍ତା ରୁ ୧୯୨ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଘଟଣା ସ୍ଥଳରୁ ତିନି ଗଞ୍ଜେଇ ଚାଲାଣ କାରି ପୋଲିସ କୁ ଦେଖି ଗଞ୍ଜେଇ ଛାଡ଼ି ଫେରାର ହୋଇଥିବା ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଫିରିଙ୍ଗିଆ ପୋଲିସ କୈାଣସି ସୂତ୍ରରୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ପାଇଥିଲା ପରେ ପୋଲିସ ଏକ ଟିମ୍ ତଳଦଣ୍ଡିକିଆ ପଞ୍ଚାୟତ ର କୁସୁମୁନାଜୁ ଘାଟି ରାସ୍ତା ରେ ଯାଉଥିବା ବେଳେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ହେଉଥିବା ତିନି ଜଣ ମାଫିଆ ପୋଲିସ କୁ ଦେଖି ଗଞ୍ଜେଇ ଛାଡ଼ି ଫେରାର ହୋଇଥିଲେ । ପୋଲିସ ଘଟଣା ସ୍ଥଳରୁ ଗଞ୍ଜେଇ ଜବତ କରିଥିବା ବେଳେ ଫିରିଙ୍ଗିଆ ଥାନା ରେ ୭୯/୨୩ ରେ ଏକ ଗଞ୍ଜେଇ ଚାଲାଣ ସମ୍ପର୍କତ ମାମଲା ରୁଜୁ କରି ଚାଲାଣ କାରିକୁ ଗିରଫ କରିବା କୁ ପ୍ରୟାସ ଜାରି ରଖିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।