ମାଲକାନଗିରି: ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଜିଲ୍ଲାରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ । ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ନାରାୟଣପୁର ଜିଲ୍ଲା ଅମଦାଇ ଘାଟି ଦେଇ ନାରାୟଣପୁର ବିଧାୟକ ଚନ୍ଦନ କଶ୍ୟପଙ୍କ ଗସ୍ତ କାର୍ଯ୍ୟକ୍ରମ ଥିଲା । ଏହି ଗସ୍ତକୁ ନେଇ ଛୋଟେଡଙ୍ଗର ଥାନାରେ କାର୍ଯ୍ୟରତ ୪୫ ବାଟାଲିଅନର ଆଇଟିବିପି ଯବାନମାନେ ପାଟ୍ରୋଲିଂ କରୁଥିଲେ । ବିଧାୟକଙ୍କ ଗାଡି ସେହି ରାସ୍ତାରେ ପହଞ୍ଚିବା କ୍ଷଣି ନକ୍ସଲମାନେ ଗୁଳିଚଳାଇଥିଲେ । ନକ୍ସଲଙ୍କ ଗୁଳିବାରି ଦେଖି ପାଲଟା ଜବାବ ଦେଇଥିଲେ ଆଇଟିବିପି ଯବାନ ।ତେବେ ବିଧାୟକ ଚନ୍ଦନ କଶ୍ୟପ ସମ୍ପୂର୍ଣ ଭାବେ ସୁରକ୍ଷିତ ରହିଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ନାମ ଶିବ କୁମାର ମିନା ।