ଜଗତପୁରରେ ନକଲି ଘିଅ କମ୍ପାନୀ ଠାବ ; କୋଟିଏ ଟଙ୍କାରୁ ଅଧିକ ସାମଗ୍ରୀ ଜବତ

କଟକ/ସଞ୍ଜୁ– କଟକ ପାଲଟିଛି କଳାକାରନାମାର ଗନ୍ତାଘର । ଜଗତପୁର ନୂତନ ଶିଳ୍ପାଞ୍ଚଳରେ ବହୁ ବର୍ଷ ଧରି ଚାଲି ଆସୁଥିବା ନକଲି ଘିଅ କମ୍ପାନି ଉପରେ କମିସନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ଜଗତପୁର ଥାନା ପୁଲିସ ଅଧିକାରୀ ରବୀନ୍ଦ୍ରନାଥ ମେହେର, ମାଲଗୋଦାମ ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ , କଟକ ଜୋନ୍-୧ ଏସିପି ଅମରେନ୍ଦ୍ର ପଣ୍ତାଙ୍କ ମିଳିତ ଉଦ୍ୟମରେ ଚଢ଼ଉ କରାଯାଇଥିଲା । ଚଢାଉ ସମୟରେ ପାଖାପାଖି ଏକ କୋଟି ଟଙ୍କାରୁ ଅଧିକ ଟଙ୍କାର ନକଲି ଘିଅ ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂଗ ସାମଗ୍ରୀ ଜବତ କରାଯାଇଛି । ଏହା ପଚରେ ଏକ ବଡ ରାକେଟ ବୋଲି ପୋଲିସ ପକ୍ଷରୁ ସୂଚନା । ଏହା ସହ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।