ସମ୍ବଲପୁରରେ ହାତୀ ଉପଦ୍ରବ

(ମମତା ସାମଲ)ରିପୋର୍ଟସଟୁଡେ: ପୁଣି ସମ୍ବଲପୁରରେ ହାତୀ ଉପଦ୍ରବ । ଘର ପାଚେରୀ ଭାଙ୍ଗିବା ସହ ଧାନ ଖାଇଗଲେ ୨ ଦନ୍ତାହାତୀ । କିଛି ଦିନ ହେବ ସମ୍ବଲପୁର ଜିଲ୍ଲା ଶାସନ ଥାନା କୁଶନପୁରୀ ଗାଁରେ ୨ଦନ୍ତାହାତୀଙ୍କ ଚଳପ୍ରଚଳ ବୃଦ୍ଧି ପାଇଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ୨ ଦନ୍ତାହାତୀ ଘର ପାଚେରୀ ଓ କବାଟ ଭାଙ୍ଗି ଅମଳ ହୋଇଥିବା ଧାନ ଖାଇଦେଇଛନ୍ତି । ଏହା ସହ ଦନ୍ତାହାତୀ ସେଠାରେ ଥିବା ଗଛ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇଛନ୍ତି । ଦନ୍ତାହାତୀଙ୍କ ଉତ୍ପାତ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି । ହାତୀ ଘୋଉଡ଼ାଇବାକୁ ବନବିଭାଗକୁ ଅଭିଯୋଗ କରିଥିବା ଜଣାପଡ଼ିଛି ।