(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ସାରା ରାଜ୍ୟରେ କରୋନା ଭୟ ବ୍ୟାପିବାରେ ଲାଗିଛି । ଭାରତାର କରୋନା ତାର ଆତଙ୍କ ଖେଳାଇଥିବା ବେଳେ ଓଡ଼ିଶାରେ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ପୂରା ଓଡ଼ିଶା ଭୟଭୀତ ହୋଇଛି । ଏହି ଭାତାଣୁ ଜନିତ ରୋଗ ପାଇଁ ଓଡ଼ିଶାରେ ବିଭିନ୍ନ ଜିଲ୍ଳାରେ ୧୪୪ ଧାରା ଜାରି କରାଯାଇଛି । ଏହି କ୍ରମାର କରୋନା ଭୟରେ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ କମିଶନ ଚଳିତ ମାସରେ ହେବାକୁ ଥିବା ମଣ୍ଡଳ ଓ ଜିଲା ପରିଷଦ ନିର୍ବାଚନ ସମେତ ପୌର ନିର୍ବାଚନକୁ ୬ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ସେହିପରି ମ୍ୟୁନିସିପାଲିଟି, ନଗର ପଞ୍ଚାୟତ ଏବଂ ମ୍ୟୁନିସିପାଲ କର୍ପୋରେଶନ ଭୋଟ ସ୍ଥଗିତ ରହିଛି।