ନୂଆ ଦିଲ୍ଲୀ: ଜାନୁଆରୀ ୨୨ରେ ବନ୍ଦ ରହିବ ଉତ୍ତର ପ୍ରଦେଶରସମସ୍ତ ଶିକ୍ଷାନୁଷ୍ଠାନ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ସ୍ଥାନିୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦେଇଥିବା ଆଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ଏହି ସାର୍ବାଜାନୀନ ଛୁଟି ଘୋଷଣା କରିବାକୁ କହିଛନ୍ତି । ଏହାସହ ଜାନୁଆରୀ ୨୨ ରାଜ୍ୟରେ ମଦ ବିକ୍ରି ହେବ ନାହିଁ । ଏହାପୂର୍ବରୁ ଏନେଇ ଆଦେଶ କରାଯାଇଥିଲା, କିନ୍ତୁ ଏବେ ପୁଣି ଥରେ ଏହାକୁ ଦୋହରା ଯାଇଛି । ଉଲ୍ଲେଖଯୋଗ୍ୟ ଯେ ୟୁପି ସହ ଛତିଶଗଡ଼ ଏବଂ ଆସାମ ସରକାର ଜାନୁଆରୀ ୨୨ରୁ ଡ୍ରାଇ ଡେ ଘୋଷଣା କରିଛନ୍ତି । ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମଲାଲା ବିରାଜମାନ କରିବେ । ଅପରାହ୍ଣ ୧୨ଟାରେ ପ୍ରାଣ ପ୍ରତିଷ୍ଠା ମୁହୂର୍ତ୍ତ ରହିଛି । ଏଥିପାଇଁ ବ୍ୟାପକ ସ୍ତରରେ ଆୟୋଜନ କରାଯାଉଛି ଏବଂ ଦେଶ-ଦୁନିଆର ପ୍ରାୟ ୧୦ ହଜାର ଭିଭିଆଇପି ଅତିଥି ଏହି ଅବସରରେ ଅଯୋଧ୍ୟା ପହଞ୍ଚିବେ । ଏହି ଦିନକୁ ଖାସ୍ କରିବା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ କୁହାଯାଇଛି ।