ଜିଦରେ ଅଟଳ ରହିଛନ୍ତି ଇରାନ-ଆମେରିକା ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଲାଗି ରହିଛି ଅସ୍ଥିରତା । । ଦୁଇ ଦେଶ ମଧ୍ୟରେ କେବେ ଶାନ୍ତି ଫେରିବ ତାହା ଅନିଶ୍ଚିତତାରେ ରହିଛି । ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପ୍ରତି ଯୁ୍ଦ୍ଧ ଯୋଗୁଁ ବିଶ୍ୱ ପ୍ରଭାବିତ ହୋଇଛି । ଭାରତ ସମେତ ବିଶ୍ୱର ଅନେକ ଦେଶରେ ଇନ୍ଧନ ସଙ୍କଟ ଦେଖାଦେଇଛି ।
ଯୋଗାଣ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଯୋଗୁଁ, ଆମଦାନୀ ନିର୍ଭରଶୀଳ ଦେଶଗୁଡିକରେ ଏଲପିଜିଠାରୁ ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟନ୍ତ ସବୁକିଛି ପାଇଁ ହଇରାଣ ହେବାକୁ ପଡିଛି । ଯୁଦ୍ଧ ଆରମ୍ଭର ହେବାର ୨ ମାସରୁ ଅଧିକ ସମୟ ବିତିଲାଣି । ଇରାନ ଏବେ ଏପରି ଏକ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତି କରୁଛି ଯାହା ଅନେକ ଦେଶରେ ଇଣ୍ଟରନେଟ୍ ବନ୍ଦ କରିପାରିବ । ହୋର୍ମୁଜ ଅବରୋଧ କରିବା ପରେ ସମ୍ପ୍ରତି ସମୁଦ୍ର ତଳେ ବିଛାଯାଇଥିବା ଇଣ୍ଟରନେଟ୍ କେବୁଲଗିଡୁକୁ ଅସ୍ତ୍ର କରିବାକୁ ଧମକ ଦେଇଛି ଇରାନ ।
ଜାତୀୟ ଗଣମାଧ୍ୟ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଇରାନ ହୋର୍ମୁଜ ପ୍ରଣାଳୀ ତଳେ ବିଛାଯାଇଥିବା କେବୁଲଗୁଡିକୁ ଟାର୍ଗେଟ କରିପାରେ । ଯାହା ଉପସାଗରୀୟ ଦେଶ ଏସିଆ ଏବଂ ୟୁରୋପ ମଧ୍ୟରେ ତଥ୍ୟା ସ୍ଥାନାନ୍ତର କରିଥାଏ । ଏହି ଯୋଜନା ଅନୁଯାୟୀ ଇରାନ କେବୁଲଗୁଡିକୁ ବ୍ୟବହାର କରିବା ପାଇଁ ଗୁଗୁଲ, ମାଇକ୍ରୋସପ୍ଟ, ମେଟା ଏବଂ ଆମାଜନ ଭଳି କମ୍ପାନୀଗୁଡିକଠାକୁ ମେଟା ଫି ଆଦାୟ କରିପାରେ ।