ବକେୟା ଦରମା କରାଇଦେବା ପାଇଁ ଲାଞ୍ଚ ମାଗୁଥିଲେ ୫,୦୦୦ ଟଙ୍କା

ବକେୟା ଦରମା କରାଇ ଦେବା ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ହାଇସ୍କୁଲର ପ୍ରଧାନଶିକ୍ଷକ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଚଢ଼େଇଗୁଆଁ ହାଇସ୍କୁଲର ପ୍ରଧାନଶିକ୍ଷକ ରଘୁନାଥ ଦାସ । ସୋମବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସ୍କୁଲର ଜଣେ କର୍ମଚାରୀଙ୍କ ଠାରୁ ବକେୟା ଦରମା କରାଇଦେବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ ପ୍ରଧାନଶିକ୍ଷକ ।

Kendrapara Head Master Caught on Vigilance Hand

ଭିଜିଲାନ୍ସ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଅଗଷ୍ଟ ୨୦୨୫ରେ ସ୍କୁଲରେ ଯୋଗ ଦେଇଥିବା କର୍ମଚାରୀଙ୍କୁ ନିଯୁକ୍ତି ପରଠାରୁ ଦରମା ମିଳିନାହିଁ । ସେ ପ୍ରଧାନ ଶିକ୍ଷକଙ୍କୁ ତାଙ୍କର ଉପସ୍ଥାନ ପତ୍ର କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଡ୍ରଇଂ ଏବଂ ଡିବର୍ସିଂ ଅଧିକାରୀ (DDO)ଙ୍କୁ ପଠାଇବାକୁ ବାରମ୍ବାର ଅନୁରୋଧ କରିଥିଲେ ଯାହାଦ୍ୱାରା ତାଙ୍କର ବକେୟା ଦରମା ପ୍ରକ୍ରିୟାକରଣ ଏବଂ ପ୍ରଦାନ କରାଯାଇପାରିବ । କର୍ମଚାରୀଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ପ୍ରଧାନ ଶିକ୍ଷକ ବକେୟା ଦରମା କରାଇଦେବାକୁ ୫୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିରେ ବିରକ୍ତ ହୋଇ କର୍ମଚାରୀ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।

Odisha vigilance raids on Assistant Executive Engineer for DA

ସୂଚନା ପାଇ ଏକ ଭିଜିଲାନ୍ସ ଟିମ୍ ପୂର୍ବ ଯୋଜନା ମୁତାବକ ଲାଞ୍ଚ ରାଶି ଗ୍ରହଣ କରୁଥିବା ସମୟରେ ତାଙ୍କୁ ଗିରଫ କରିଥିଲା । ତାଙ୍କ ଠାରୁ ସମ୍ପୂର୍ଣ୍ଣ ଟଙ୍କା ଜବତ କରାଯାଇଥିଲା । ଆୟାର୍ବହିର୍ଭୁତ ସମ୍ପତ୍ତି ରହିଥିବା ସନ୍ଦେହ କରି ଭିଜିଲାନ୍ସ ଟିମ୍ ତାଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଛାନଭିନ କରୁଛି । ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ର ଧାରା ୭ ଅନୁଯାୟୀ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

Odisha Vigilance raid on GRS in Kalahandi, search underway