୨୮ ଦିନରେ ୭୩୩ ନିଶା ବେପାରୀ ଗିରଫ

ଜମ୍ମୁ ଏବଂ କାଶ୍ମୀରରେ ନିଶା କାରବାର ବନ୍ଦ କରିବା ପାଇଁ, ୧୦୦ ଦିନିଆ ଅଭିଯାନ ଆରମ୍ଭ ହୋଇ ସାରିଛି । ବିଗତ ୨୮ ଦିନରେ ଜାମ୍ମୁ ଏବଂ କାଶ୍ମୀରରେ, ନିଶା କାରବାର ସହିତ ଜଡିତ ୭୩୩ ଜଣଙ୍କୁ ଗିରଫ କରାଯାଇଛି । ଏବଂ ୪୭ ଜଣ ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ବୁଲା ଯାଇଛି । ଏହା ସହ ଅପରାଧୀଙ୍କ ଗତିବିଧିକୁ ରୋକିବା ପାଇଁ, ୩୭୩ଟି ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯାଇଛି । ଆଉ ନିୟମ ଉଲ୍ଲଂଘନ କରିଥିବାରୁ, ୧୧୪ଟି କେମିଷ୍ଟ ଦୋକାନର ଲାଇସେନ୍ସକୁ ମଧ୍ୟ ରଦ୍ଦ କରାଯାଇଛି ।