ମୋଦିଙ୍କ ଜନ୍ମଦିନକୁ ସେବା ସପ୍ତାହ ଭାବେ ପାଳିବ ବିଜେପି

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୬୯ ତମ ଜନ୍ମ ଦିନ । ଏହି ଅବସରରେ ବିଜେପି ତରଫରୁ ଦେଶ ବ୍ୟାପି ସେବା ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦଳର ଜାତୀୟ ସଭାପତି ଅମିତ ଶାହା ।
ସେପ୍ଟେମ୍ବର ୧୪ ରୁ ସେପ୍ଟେମ୍ବର ୨୦ ଯାଏଁ ପାଳନ କରାଯିବ ସେବା ସପ୍ତାହ । ଏହି ପରିପେକ୍ଷୀରେ ରାଜ୍ୟରେ ମଧ୍ୟ ସେବା ସପ୍ତାହ ପାଳନ ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ । ଆସନ୍ତା ୧୪ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ସ୍ଥିତ ଭରତପୁର ଅଂଚଳରେ ଏହି ସେବା ସପ୍ତାହର ଆରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସେବା ସପ୍ତାହ ମାଧ୍ୟମରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କରାଯିବା ସମେତ ନରେନ୍ଦ୍ର ମାଦିଙ୍କ ଜୀବନୀ ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀ କରାଯିବ । ସେପ୍ଟେମ୍ବର ୨୦ ତାରିଖ ଦିନି ଦେଶବ୍ୟାପି ସ୍ୱଚ୍ଛ ଭାରତ ଅଭିଯାନ କୁ କରିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମଳନୀ କରି ଗଣମାଧ୍ୟମକୁ ଜଣାଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।
Dharmendra to start Seva Saptha in Odisha