ଦକ୍ଷିଣ ଏସିଆର ପ୍ରଥମ କ୍ରସ ବର୍ଡର ପେଟ୍ରୋଲିୟମ ପାଇପଲାଇନ ଉଦଘାଟନ କଲେ ମୋଦି

(ରିପୋଟର୍ସ ଟୁଡେ, ନୂଆଦିଲ୍ଲୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୋତିହାରୀ-ଅମଲେଖଗଞ୍ଜ ମଧ୍ୟରେ ଏକ ପେଟ୍ରୋଲିୟମ ପାଇପଲାଇନର ଉଦଘାଟନ କରିଛନ୍ତି । ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସହ ଭିଡିଓ କନ୍ସଫରେନ୍ସ ଜରିଆରେ ସେ ଏହି ପାଇପଲାଇନର ଉଦଘାଟନ କରିଛନ୍ତି ।ଏହା ଦକ୍ଷିଣ ଏସିଆର ପ୍ରଥମ କ୍ରସବର୍ଡର ପେଟ୍ରୋଲିୟମ ଉତ୍ପାଦନ ପାଇପ ଲାଇନ ବୋଲି କୁହାଯାଉଛି । ଏହି ପାଇପ ଲାଇନ ନିର୍ମାଣର ଶ୍ରେୟ ନେପାଳ ସରକାରଙ୍କ ସମର୍ଥନ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ, ୨୦୧୫ରେ ନେପାଳ ଯେତେବେଳେ ଭୁକମ୍ପ ପରେ ପୁନଃନିର୍ମାଣର କଷ୍ଟ ବହନ କରିଥିଲା ସେତେବେଳେ ପଡୋଶୀ ଭାବେ ଭାରତ ସହଯାଗର ହାତ ବଢାଇଥିଲା ।