କଫ ସିରଫ ବ୍ୟବସାୟୀକୁ ଗିରଫ କଲା ପୋଲିସ
କଫ ସିରଫ ବ୍ୟବସାୟୀ ଗିରଫ । ଅଭିଯୁକ୍ତ ଜଣକ ହେଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବାଞ୍ଜିପାଳି ଗ୍ରାମର କୈଲାସ ସାହୁ ନାମକ
(ଖପ୍ରାଖୋଲ) : କଫ ସିରଫ ବ୍ୟବସାୟୀ ଗିରଫ । ଅଭିଯୁକ୍ତ ଜଣକ ହେଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବାଞ୍ଜିପାଳି ଗ୍ରାମର କୈଲାସ ସାହୁ ନାମକ । ତେବେ କଫସିରଫ ବ୍ୟବସାୟ କରୁଥିବା ସମୟରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ , ଗତ ରବିବାର ସନ୍ଧ୍ୟା ସମୟରେ ପୋଲିସ କୈଳାସଙ୍କୁ କଫ ସିରଫ ବିକ୍ରୟ କରୁଥିବା ସମୟରେ ଗିରଫ କରିଥିଲା । ତା ପାଖରୁ କଫ ସିରଫ ସହ ୧୬ ଶହ ଟଙ୍କା ଜବତ କରିଛି । ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଓଆଇସି ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।