ବଡା ବର୍ଷା ପାଇଁ ସରକାରଙ୍କ ପ୍ରସ୍ତୁତି SRC ଙ୍କ ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। ପଶ୍ଚିମ-କେନ୍ଦ୍ରୀୟ ଏବଂ ତାହାର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଓଡ଼ିଶାର କେତେକ ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ। ଏହି ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସହ ୨୩ ସେପ୍ଟେମ୍ବର ରାତିରୁ ୨୪ ସେପ୍ଟେମ୍ବର, ସକାଳ ମଧ୍ୟରେ ବିଶାଖାପାଟଣା ଏବଂ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

23 ଓ 24 ତାରିଖ ପାଇଁ କୋରାପୁଟ, ଗଜପତି ଗଞ୍ଜାମ ଜିଲ୍ଲା କୁ ରେଡ ୱାର୍ନିଙ୍ଗ। 24-25 ତାରିଖ ପାଇଁ ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲା କୁ ରେଡ ୱାର୍ନିଙ୍ଗ, ଜିଲ୍ଲାପାଳଙ୍କୁ ସତର୍କ ପାଇଁ ନିର୍ଦେଶ। 24 ଘଣ୍ଟା ରେ ରାଜ୍ୟରେ 13.5 ମିମି ବର୍ଷା ରେକର୍ଡ, କେନ୍ଦ୍ରାପଡ଼ା ଜିଲ୍ଲା ର ପଟ୍ଟାମୁଣ୍ଡାଇ ରେ ସର୍ବାଧିକ 78 ମିମି ବର୍ଷା ରେକର୍ଡ। ଘଡ ଘଡି ସହ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର ନଦୀ ବିପଦ ସଂକେତ ତଳେ ସମୁଦ୍ର ଅଶାନ୍ତ ହେବ ମସ୍ୟ ଯିବି ସମୁଦ୍ରକୁ ନଜିବାକୁ ପରାମର୍ଶ।

ସମ୍ବେଦନଶିଳ ଅଞ୍ଚଳ କୁ ଚିନ୍ହଟ, ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳୀ ଚି଼ହ୍ନଟ କରିବା, ଆବଶ୍ୟକ ସାମଗ୍ରୀ ଗଛିତ ରଖିବା ପାଇଁ ଜିଲ୍ଲପାଳଙ୍କୁ ନିର୍ଦେଶ। ଗଜପତି, ରାୟଗଡ଼ା, ଗଞ୍ଜାମ, କୋରାପୁଟ ଏବଂ ମାଲକାନଗିରିର ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। 33 ତୀ ODRF ଟିମ ନିୟୋଜିତ,24 ଟି ସମ୍ବେଦନଶୀଳ ଜିଲ୍ଲା ରେ ନିୟୋଜିତ,ଗଞ୍ଜାମ ରେ 6,କୋରାପୁଟ 6,ମାଲକାନଗିରି 3,ରେ କଳାହାଣ୍ଡି 3,ରାୟଗଡା 2,ବଲାଙ୍ଗୀର 1,ଛତ୍ରପୁର ଥରେ 3 ODRF ଟିମ ଅଛନ୍ତି। ମେଡିକାଲ ଟିମ ନିୟୋଜିତ ପାଇଁ ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦେଶ। ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ ରାସ୍ତାରେ ପାଣି ଜମିଲେ ଅଟକି ଥିବା ଯାତ୍ରୀ ପାଇଁ ଭୋଜନ ର ବ୍ୟବସ୍ଥା ହେବ।