(ରିିପୋର୍ଟସ ଟୁଡ଼େ ଶୁଭସ୍ମିତା ଦାଶ ): ବିଦେଶ ଫେରନ୍ତାଙ୍କୁ ୪୮ ଘଣ୍ଟା । କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ପଦକ୍ଷେପ ନେଲେ ରାଜ୍ୟ ସରକାର । ବିଦେଶ ଫେରାନ୍ତାଙ୍କୁ ୪୮ ଘଣ୍ଟା ସମୟ ଦେଲେ ରାଜ୍ୟ ସରକାର । ମାର୍ଚ୍ଚ ୪ ପରେ ଆସିଥିବା ଲୋକଙ୍କୁ ଦେଲା ୪୮ ଘଣ୍ଟା । ବିଦେଶ ଫରନ୍ତାଙ୍କ ପାଇଁ ରେଜିଷ୍ଟେଟସ ପୋର୍ଟଲର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପ୍ରାଠୀ କହିଛନ୍ତି । covid19.odisha.gov.in ପୋର୍ଟାଲ କରିବେ ସରକାର ।ବିଦେଶରୁ ଆସୁଥିବା ଛାତ୍ର ଓ କର୍ମଜୀବୀ ଏହି ୱେବସାଇଟରେ ସୂଚନା ଦେବା ବାଧ୍ୟତାମୂଳକ ।ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସରକାରଙ୍କୁ ସଠିକ ତଥ୍ୟ ଦେଲେ ସରକାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା କରିବେ। ନିଃଶୁଳ୍କ ନମ୍ବର ୧୦୪କୁ ଫୋନ୍ କରି ଜଣାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ୧୯ମାର୍ଚ୍ଚ ସକାଳ ୬ଟା ସୁଦ୍ଧା ପଞ୍ଜୀକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି । ପରିବାର ସଦସ୍ୟ, ସାଙ୍ଗ ସାଥୀ ଚାହିଁଲେ ପଞ୍ଜୀକରଣ କରିପାରିବେ। ତଥ୍ୟ ଲୁଚାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।୧୫ ଏପ୍ରିଲ ପର୍ୟ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ପରେ ସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ
ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀଙ୍କ ସଂସ୍ପର୍ଶରେ ୧୨୯ଜଣ ଆସିଥିବା ଆଇ.ଇ.ସି ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ ଟ୍ରେନରେ ୭୬ଜଣ, ରାଜ୍ୟରେ ୫୩ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହାସହ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଘରୋଇ କ୍ଲିନିକକୁ ବନ୍ଦ କରାଯିବା ସହ ସମ୍ପୃକ୍ତ ଡାକ୍ତର ଓ କର୍ମଚାରୀଙ୍କୁ ପୃଥକ ଭାବେ ରଖାଯାଇଛି ।