ବନ୍ଦ ହେବନି ସୁପ୍ରିମକୋର୍ଟ , କରୋନା ପଦକ୍ଷେପ ନେଇ ଆଲୋଚନା ହେବ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): କରୋନା ଭାଇରସ ମହାମାରୀ ଯୋଗୁଁ ଅଦାଲତକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ଏସଏ ବୋବଡେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସ୍ଥିତିର ଆଲୋଚନା କରିବା ଏବଂ ଏହି ବିପଦପୂର୍ଣ୍ଣ ରୋଗକୁ ବ୍ୟାପିବାରେ ଅଟକାଇବା ପାଇଁ ନିଆଯାଇଥିବା ପଦକ୍ଷେପ ନେଇ ଆଲୋଚନା ପାଇଁ ସୁପ୍ରିମକୋର୍ଟଙ୍କ ୪ ବିଚାରପତି, ସୁପ୍ରିମକୋର୍ଟ ଆଡଭୋକେଟ୍ସ ଅନ ରେକର୍ଡ ଆସୋସିଏସନ ସଂପର୍କରେ ନେତା, ନୂଆଦିଲ୍ଲୀସ୍ଥିତ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସହିତ ପ୍ରମୁଖ ଚିକିତ୍ସକଙ୍କ ସହିତ ବୈଠକ କରିଛନ୍ତି ।
ଏସସିଏଓଆରଏ ନିଜର ଏକ ବିଜ୍ଞପ୍ତିରେ କହିଛି ଯେ, ଜଷ୍ଟିସ ବୋବଡେ ସୁପ୍ରିମକୋର୍ଟକୁ ବନ୍ଦ କରିବାର ସମ୍ଭାବନକୁ ମନା କରିଛନ୍ତି । ସେ କହିଛନ୍ତି ଭର୍ଚ୍ୟୁଆଲ କୋର୍ଟ ଆରମ୍ଭ ହେବ । ବର୍ତ୍ତମାନ ସମୟରେ କେବଳ ସୀମିତ ଭାବେ ବନ୍ଦ କରାଯିବାର ସମ୍ଭାବନା ରହିଛି । ବୟାନରେ କୁହାଯାଇଛି ଯେ, ବୈଠକର ଅଧ୍ୟକ୍ଷତା ଭାରତର ପ୍ରଧାନ ବିଚାରପତି ନେଇଛନ୍ତି ।