ବାଲୁକା କଳାରେ ସାରା ଦେଶ ବାସୀଙ୍କୁ କରୋନା ସଚେତନତାର ବାର୍ତା

(ଗୋପ / ଜୟନ୍ତ କୁମାର ସେଠୀ ): ପୂରା ବିଶ୍ୱ ଏବେ କରୋନା କବଳରେ । ବିଶ୍ୱକୁ ଘାରିଛି କରୋନା ସହିତ ମୁକାବିଲା କରିବାର ଚିନ୍ତା । ବର୍ତମାନ ଇଟାଲୀରେ କରୋନା ତାର ତାଣ୍ଡବ ରଚି ଚାଲିଛି । କରୋନା ଭାଇରସ ଭାରତରେ ମଧ୍ୟ କାୟା ବାସ୍ତାର କରିବାରେ ଲାଗିଛି। ଭାରତରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ରେ ପହଞ୍ଚିଛି । ହେଲେ ଆମ ରାଜ୍ୟରେ ଏପର୍ଯ୍ୟନ୍ତ କେହିଁ କରୋନା ଭାଇରସ ଦ୍ୱାରା ସଂକ୍ରାମିତ ହୋଇନଥିବା ଜଣାପଡ଼ିଛି । ତେଣୁ କରି ବର୍ତମାନ ଏହି ଭାଇରସ ରୁ ମୁକୁଳିବାର ଏକ ମାତ୍ର ରାସ୍ତା ହେଉଁଛି ସଚେତନତା । ଏହି କ୍ରମରେ ବାଲୁକା କଳା ମାଧ୍ୟମରେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ଘଟଣାରେ ଅତ୍ୟଧିକ ଭୟଭୀତ ନ ହୋଇ ସଚେତନ ହେଲେ କରୋନା କବଳରୁ ମୁକ୍ତ ହୋଇ ପରିବା ବୋଲୀ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳା ସାରା ଦେଶ ବାସୀ ଙ୍କୁ ତାଙ୍କର ବାର୍ତା ଦେଇ ଛନ୍ତି। ବିଶେଷ କରି ସବୁ ବେଳେ ହାତ ଧୋଇବା ନେଇ ସେ ଲୋକ ଙ୍କୁ ସଚେତନତା ବାର୍ତା ବାଲୁକା କଳା ରେ ଦେଇ ଛନ୍ତି । ‘ଲେଟସ ପ୍ଲେ ଆୱାର ରୋଲ, ଡୁ ନଟ ପାନୀକ କୋଭିଡ ୧୯’ରହିଛି ବଲୁକା କଳା ରେ ବାର୍ତା ।