ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ତାଙ୍କର ନିକଟ ସମ୍ପର୍କୀୟ। ଅପରାହ୍ନ ପ୍ରାୟ ୫.୧୦ରେ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ପ୍ରୋଟୋକଲ ଅନୁଯାୟୀ କଡ଼ା ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଡକ୍ଟର ପ୍ରୀୟଙ୍କା ମାରାଣ୍ଡି ଓ ତାଙ୍କ ସମ୍ପର୍କୀୟ ମାନଂକୁ ଶ୍ରୀମନ୍ଦିରକୁ  ନିଆଯାଇଥିଲା। ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପାର୍ଶ୍ୱ ଦେବାଦେବୀ ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ଦର୍ଶନ ସାରିବା ପରେ ବ୍ଲୁ ଫ୍ଲାଗ ବିଚ୍ ଯାଇ ସମୁଦ୍ର ବେଳାଭୂମି ପରିଦର୍ଶନ କରିଥିଲେ।