CBSC ବୋର୍ଡ ପରୀକ୍ଷା 2027

CBSE ବୋର୍ଡ ପରୀକ୍ଷା 2027 ନେଇ ଆସିଲା ବଡ଼ ଅପଡେଟ୍ ।

ଦଶମ-ଦ୍ୱାଦଶ ଛାତ୍ରଙ୍କ ପାଇଁ ଖବର ଜାଣନ୍ତୁ ପରୀକ୍ଷା ନିୟମ ।

CBSE Exam 2027 ଡେଟ୍‌ସିଟ୍‌ କେବେ ?

ବୋର୍ଡ ପରୀକ୍ଷା ପ୍ରସ୍ତୁତି ଏବେଠୁ ଆରମ୍ଭ କରନ୍ତୁ

ଯଦି ଆପଣଙ୍କ ଘରେ ୧୦ମ କିମ୍ବା ୧୨ଶ ଶ୍ରେଣୀର ଛାତ୍ରଛାତ୍ରୀ ଅଛନ୍ତି, ତେବେ ବୋର୍ଡ ପରୀକ୍ଷା ପ୍ରସ୍ତୁତିକୁ ଆହୁରି ଜୋରଦାର କରିବାର ସମୟ ଆସିଗଲା  । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ Class 10 ଓ Class 12 Board Exam 2027ର ଟେଣ୍ଟେଟିଭ୍ ଡେଟ୍‌ସିଟ୍ ଖୁବଶୀଘ୍ର ଅଧିକାରିକ ୱେବସାଇଟ୍‌ରେ ଜାରି କରାଯିବାକୁ ଥିବା ସୂଚନା ରହିଛି ।

ତେବେ ସାଧାରଣତଃ ବୋର୍ଡ ପରୀକ୍ଷା ଫେବ୍ରୁଆରୀ ଓ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୁଏ । ଏଥର ପାସିଂ କ୍ରାଇଟେରିଆ କିମ୍ବା ପରୀକ୍ଷା ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ ନଥିବା କୁହାଯାଇଛି ।

କିପରି ଡାଉନଲୋଡ୍ କରିବେ CBSE ଡେଟ୍‌ସିଟ୍ ?

CBSE ଡେଟ୍‌ସିଟ୍ ଜାରି ହେବା ପରେ ଛାତ୍ରଛାତ୍ରୀ ଏହାକୁ ଅଧିକାରିକ ୱେବସାଇଟ୍ cbse.gov.inରୁ ଡାଉନଲୋଡ୍ କରିପାରିବେ ।

ପ୍ରଥମେ CBSEର ଅଧିକାରିକ ୱେବସାଇଟ୍‌କୁ ଯାଆନ୍ତୁ ।

ହୋମପେଜ୍‌ରେ “CBSE Class X and XII Tentative Date Sheet 2027” ଲିଙ୍କ ଖୋଜନ୍ତୁ ।

ଲିଙ୍କରେ କ୍ଲିକ୍ କରିବା ପରେ ଡେଟ୍‌ସିଟ୍‌ର PDF ଖୋଲିବ ।

PDFକୁ ଡାଉନଲୋଡ୍ କରି ସୁରକ୍ଷିତ ରଖନ୍ତୁ ଏବଂ ଆବଶ୍ୟକ ହେଲେ ପ୍ରିଣ୍ଟ କରନ୍ତୁ ।

୧୨ଶ ଶ୍ରେଣୀରେ ଥିଓରୀ ଓ ପ୍ରାକ୍ଟିକାଲ୍ ମାର୍କ୍ସ

ପରୀକ୍ଷା ପ୍ରସ୍ତୁତି ସମୟରେ ମାର୍କ୍ସ ବିଭାଜନ ବୁଝିବା ମଧ୍ୟ ଜରୁରୀ ।

କମର୍ସ: Accountancy, Business Studies ଓ Economicsରେ ୮୦ ମାର୍କ୍ସ ଥିଓରୀ ଏବଂ ୨୦ ମାର୍କ୍ସ ପ୍ରୋଜେକ୍ଟ ୱର୍କ ।

ସାଇନ୍ସ: Physics, Chemistry ଓ Biologyରେ ୭୦ ମାର୍କ୍ସ ଥିଓରୀ ଏବଂ ୩୦ ମାର୍କ୍ସ ପ୍ରାକ୍ଟିକାଲ୍/ଇଣ୍ଟରନାଲ୍ ।

ମ୍ୟାଥମେଟିକ୍ସ: ୮୦ ମାର୍କ୍ସ ଲିଖିତ ପରୀକ୍ଷା ଏବଂ ୨୦ ମାର୍କ୍ସ ଇଣ୍ଟରନାଲ୍ ଆସେସମେଣ୍ଟ ।

ପରୀକ୍ଷା ଦିନ ପାଇଁ  ଏହି ନିୟମଗୁଡ଼ିକ ମନେ ରଖନ୍ତୁ

ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ କିଛି ନିୟମ ମାନିବାକୁ ପଡ଼ିବ । ପରୀକ୍ଷା ଆରମ୍ଭ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଉଚିତ । ସକାଳ ୧୦ଟା ପରେ ପରୀକ୍ଷା ହଲ୍‌ରେ ପ୍ରବେଶ ଅନୁମତି ନଥିବା କୁହାଯାଇଛି । ଛାତ୍ରଛାତ୍ରୀଙ୍କୁ ନିଜ ସ୍କୁଲ୍‌ର ନିର୍ଦ୍ଧାରିତ ୟୁନିଫର୍ମରେ ପରୀକ୍ଷା ଦେବାକୁ ଯିବାକୁ ପଡ଼ିବ ।

ଏହା ସହିତ ମୋବାଇଲ୍ ଫୋନ୍, ସ୍ମାର୍ଟୱାଚ୍ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ପରୀକ୍ଷା କେନ୍ଦ୍ରକୁ ନେବା ଉପରେ କଟକଣା ରହିଛି । WhatsApp, YouTube, X ଭଳି ସୋସିଆଲ୍ ମିଡିଆରେ ପରୀକ୍ଷା ସମ୍ପର୍କିତ ଗୁଜବ କିମ୍ବା ମିଥ୍ୟା ଖବର ପ୍ରଚାର ନକରିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସତର୍କ କରାଯାଇଛି

ଜାନୁଆରୀ ୨୦୨୭ରେ ଆସିବ ଆଡମିଟ୍ କାର୍ଡ

CBSE Class 10 ଓ 12ର ଆଡମିଟ୍ କାର୍ଡ ଜାନୁଆରୀ ୨୦୨୭ରେ ଜାରି ହେବାର ସୂଚନା ରହିଛି । ଛାତ୍ରଛାତ୍ରୀମାନେ ନିଜ ସ୍କୁଲ୍‌ରୁ ଆଡମିଟ୍ କାର୍ଡ ସଂଗ୍ରହ କରିବେ । ଆଡମିଟ୍ କାର୍ଡ ପାଇବା ପରେ ନିଜର ନାମ, ରୋଲ୍ ନମ୍ବର, ଆଡମିଟ୍ କାର୍ଡ ID, ଅଭିଭାବକଙ୍କ ନାମ, ପରୀକ୍ଷା କେନ୍ଦ୍ରର ନାମ ଓ କୋଡ୍ ସହିତ ବିଷୟ ଏବଂ ପରୀକ୍ଷା ତାରିଖ ଭଲ ଭାବେ ଯାଞ୍ଚ କରନ୍ତୁ ।

ଏବେଠାରୁ ଆରମ୍ଭ କରନ୍ତୁ ପ୍ରସ୍ତୁତି

CBSE ପକ୍ଷରୁ ସାମ୍ପଲ୍ ପେପର୍ ଏବଂ ମାର୍କିଂ ସ୍କିମ୍ ଜାରି ହୋଇସାରିଛି । ତେଣୁ କେବଳ ଡେଟ୍‌ସିଟ୍‌କୁ ଅପେକ୍ଷା ନକରି ଏବେଠାରୁ ସାମ୍ପଲ୍ ପେପର୍ ସମାଧାନ କରିବା ଆରମ୍ଭ କରନ୍ତୁ । ଏହା ଦ୍ୱାରା ପ୍ରଶ୍ନପତ୍ର ସମାଧାନ କରିବାର ଗତି ଓ ସମୟ ପରିଚାଳନାରେ ଉନ୍ନତି ହୋଇପାରିବ ।