ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ( ସିବିଏସଇ)ର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୪ ଫେବ୍ରୁଆରୀ ୧୫ତାରିଖରୁ ଆରମ୍ଭ ହେବ । ଯାହା ପାଖାପାଖି ୫୫ ଦିନ ଧରି ଚାଲି ୧୦ ତାରିଖରେ ସରିବ ବୋଲି କୁହାଯାଉଛି । ତେଣୁ ପରୀକ୍ଷା ପରିଚାଳନା କରୁଥିବା ଅନ୍ୟ ସଂସ୍ଥାଗୁଡିକ ଏହାକୁ ଲକ୍ଷ୍ୟ କରି ତାରିଖ ଧାର୍ଯ୍ୟକରିପାକୁ ସିବିଏସଇ ପରୀକ୍ଷା ନିୟନ୍ତ୍ରକ ଡ. ସାନ୍ୟମ ଭରଦ୍ୱାଜ ଅନୁରୋଧ କରିଛନ୍ତି । ଏ ନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।