କନ୍ଧମାଳ– ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ରାଜାଡି ଗ୍ରାମରେ ।ଏହି ଗ୍ରାମରୁ ବେଅ।ଇନ ଗଞ୍ଜେଇ ବାହାରକୁ ଚୋରାଚାଲାଣ ହେଉଥିବା ଖବର ଶୁଣି ଗୋଛାପଡା ଥାନାଅଧିକାରୀ ଘଟଣାସ୍ଥଳରେ ପହଁଚି ସେଠାରେ ଚଢାଉ କରିଥିଲେ । ଏହି ସମୟରେ ୩କୁଇଣ୍ଟାଲ ୫୭ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଗୋଛାପଡା ଥାନାଅଧିକାରୀ ।