ଦୁଇଟି ବସ ହୁ ହୁ ହୋଇ ଜଳିଗଲା

( ରିପୋର୍ଟସଟୁଡେ): ଦୁଇଟି ବସ ଜଳିଯାଇଛି । ଏଭଳି ଘଟଣା ଘଟିଛି ଭୁବନେଶ୍ୱରରେ । ଖଣ୍ଡଗିରି ମହିନ୍ଦ୍ରା ପେଟ୍ରୋଲ ଟାଙ୍କି ନିକଟରେ ୨ଟି ବସ ଜଳିଯାଇଛି । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଇଛି । ବସ ଭିତରେ ଯାତ୍ରୀ ନଥିବାରୁ ଏହି ଅଘଟଣରେ କେହି ମୃତାହତ ହୋଇନାହାନ୍ତି ।

ସୂଚନାଅନୁଯାୟୀ , ଗତକାଲି ରାତିରେ ଖଣ୍ଡଗିରି ଠାରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟ ରାସ୍ତାକଡ଼ରେ ୨ଟି ଘରୋଇ ବସ୍ ପାର୍କିଂ କରାଯାଇଥିଲା । ଆଜି ସକାଳୁ ବସ ଦୁଇଟି ସେମାନଙ୍କ ଗନ୍ତବ୍ୟ ପଥରେ ଯାଇଥାନ୍ତେ । ତେବେ ବସ ଦୁଇଟି ଉପରେ ୧୧ କେଭିର ବିଦ୍ୟୁତ ତାର ଟଣାଯାଇଥିଲା । କୌଣସି କାରଣରୁ ଏହି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ୍ ଦୁଇଟି ହୁ ହୁ ହୋଇ ଜଳି ଉଠିଥିଲା । ସକାଳ ପ୍ରା ୬ଟା ବେଳେ ଏହି ଅଘଟଣ ଘଟିଥିଳା । ଖବର ପାଇ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।