ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ଆଜି ଆଦିମ ସାଉଁ ତା ସେମଲେଦ ସଂଗଠନ ରାଇରଙ୍ଗପୁର ଶାଖା ତରଫ ରୁ ହାଡ ଭଙ୍ଗା ଶୀତ ହେଉଥିବାରୁ ରାଇରଙ୍ଗପୁର ମେଡିକାଲ ଛକ ନିକଟରେ ସଂଗଠନ ତରଫରୁ ଆଜି କମ୍ବଳ ବଣ୍ଟନ କରାଯାଇଥିଲା । ଏଗାର ଜଣ ଗରିବ ଅସହାୟ ବୁଢ଼ା ବୁଢୀ ମାନକୁ କମ୍ବଳ ବଣ୍ଟନ କରାଯାଇଛି । ଏହା ଆଗରୁ ରାଇରଙ୍ଗପୁର ପୁରୁଣାଘାଟି କଲେଜ ଛକ ଠାରେ ମଧ୍ୟ ସଂଗଠନ ତରଫରୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହି ସଂଗଠନ ର ମୂଳ ଲକ୍ଷ୍ୟ ହେଉଛି ଗରିବ ଅସହାୟ ଲୋକଙ୍କ ପାଇଁ ଆଶ୍ରମ ଟିଏ କରିବା ପାଇଁ , ତାହା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଆଦିମ ଶାଉଁତା ସେମଲେଦ ର ଉପଦେଷ୍ଟା ଶ୍ରୀ ଭୁଗୁଲୁ ମାରଣ୍ଡି ଗଣମାଧ୍ୟମ ପ୍ରତିନିଧି ମା ନକ ଆଗର ପ୍ରକାଶ କରିଛନ୍ତି । ଏହି କମ୍ବଳ ବଣ୍ଟନ କାର୍ୟ୍ୟକ୍ରମ ରେ ରଣଜିତ୍ ବାସ୍କେ, ରମେଶ ଚନ୍ଦ୍ର ହାଁସଦା, ଦମୟନ୍ତୀ ମୁର୍ମୁ, ମିଥିଲା ଟୁଡୁ,ସୂର୍ୟ୍ୟମଣି ହାଁସଦା ଏବଂ ସଂଗଠନ ର ଅନ୍ୟ ସଦସ୍ୟ ମାନେ ଉପସ୍ଥତ ରହି ଏହି କମ୍ବଳ ବଣ୍ଟନ କାର୍ୟ୍ୟକ୍ରମରେ ସହୋଜଗୋ କରିଥିଲେ ।