ମୁଖ୍ୟମନ୍ତ୍ରୀ ବିଜେଡିର ଓ ଚେଲା କୁମାର କଂଗ୍ରେସର ଏକ ନମ୍ବର ଷ୍ଟାର ପ୍ରଚାରକ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଜେଡି ତାର ୩୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାମ ଘୋଷଣା କରି ସାରିଥିଲା । ଆଜି ବିଜେଡି ଓ କଂଗ୍ରେସ ପକ୍ଷରୁ ୩୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାମ ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ଷ୍ଟାର କ୍ୟାମ୍ପେନର ତାଲିକାରେ ଏକ ନମ୍ବରରେ ରହିଥିବା ବେଳେ କଂଗ୍ରେସର ୧ନମ୍ବର ଷ୍ଟାର କ୍ୟାମ୍ପେନର ହୋଇଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ।
କଂଗ୍ରେସର ୩୦ ଷ୍ଟାର କ୍ୟାମ୍ପେନର ତାଲିକାରେ ଚେଲ୍ଳାକୁମାରଙ୍କ ବ୍ୟତୀତ ସହ ପ୍ରଭାରୀ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଭକ୍ତ ଦାସ, ପ୍ରଦୀପ ମାଝୀ ରହିଛନ୍ତି । ସେହିପରି ବିଜେଡି ଷ୍ଟାର କ୍ୟାମ୍ପେନରଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ୭ ମନ୍ତ୍ରୀ । ସେମାନେ ହେଲେ ସମୀର ରଜଂନ ଦାସ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଟୁକୁନି ସାହୁ, ଅଶୋକ ପଣ୍ଡା, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ସଞ୍ଜୟ ଦାସବର୍ମା, ପିନାକୀ ମିଶ୍ର, ମହେଶ୍ବର ମହାନ୍ତି, ପ୍ରଣବ ପ୍ରକାଶ ଦାସ ।