ଇକୋନୋମିକ କରିଡର୍ ପାଇଁ ନୂଆ ଯୋଜନା…

ଇକୋନୋମିକ କରିଡର୍ ପାଇଁ ନୂଆ ଯୋଜନା। ଗଠନ ହେଲା ସେଣ୍ଟ୍ରାଲ ଇକୋନୋମିକ ରିଜିଅନ ଡେଭେଲେପମେଣ୍ଟ ଅଥରିଟି ବା BKPPER। ବିଧାନସଭାରେ ଓଡ଼ିଶା ଡେଭେଲେପମେଣ୍ଟ ଅଥରିଟି ସଂଶୋଧନ ୨୦୨୬ ବିଲ୍ ଆଣିଲେ ସରକାର୍। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ, କଟକ ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପାରାଦ୍ୱିପ ଉନ୍ନୟନ କର୍ତ୍ତୃପକ୍ଷ ଙ୍କୁ ନେଇ ଗଠନ ହେଲା ସେଣ୍ଟ୍ରାଲ ଇକୋନୋମିକ ରିଜିଅନ ଡେଭେଲେପମେଣ୍ଟ ଅଥରିଟି। ଏହାର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ ଓ ଉପାଧ୍ୟକ୍ଷ ରହିବେ ନଗର ଉନ୍ନୟନ ମନ୍ତ୍ରୀ। ସେହିପରି ଅର୍ଥ, ପୂର୍ତ୍ତ, ପଞ୍ଚାୟତିରାଜ, ପାନୀୟଜଳ, ଯୋଜନା ଓ ସମନ୍ବୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବ ଏବଂ ଷ୍ଟେକ୍ ହୋଲ୍ଡର ମାନେ ସଦସ୍ୟ ରହିବେ। ସରକାରଙ୍କ ସଚିବ ପାହ୍ୟାର ଜଣେ ଅଧିକାରୀଙ୍କୁ ଅର୍ଥନୈତିକ ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ର କମିଶନର ନିଯୁକ୍ତ ହେବେ। ଅଧ୍ୟକ୍ଷ ଙ୍କ ଦ୍ବାରା ସ୍ଥିର ହୋଇଥିବା ସ୍ଥାନରେ ପ୍ରତି ତିନି ମାସରେ ଥରେ ବୈଠକ ବସିବ। ତେବେ ଅର୍ଥନୈତିକ ଅଞ୍ଚଳ ମଧ୍ୟରେ ପୁଞ୍ଜିନିବେଶ, ପ୍ରକଳ୍ପ କାର୍ଯ୍ୟକାରୀ, ଜମି, ପରିବେଶ, ପରିବହନ, ଶିଳ୍ପ ଏବଂ ରାଜସ୍ବ ନିୟାମକ ପ୍ରକ୍ରିୟାର ସମାନତା ସୁନିଶ୍ଚିତ କରିବେ।