ଖାଦ୍ୟ ଅନ୍ୱେଷଣରେ ଆସି ଭାଲୁ ମୃତ

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଭାଲୁ ମୃତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ରେଞ୍ଜ ଅଧିନସ୍ଥ ବିରାମଚନ୍ଦ୍ରପୁରରେ । ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

(ବିରାମଚନ୍ଦ୍ରପୁର) : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଭାଲୁ ମୃତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ରେଞ୍ଜ ଅଧିନସ୍ଥ ବିରାମଚନ୍ଦ୍ରପୁରରେ । ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ଭାଲୁର ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଜିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ଆଜି ଭୋର ସକାଳୁ ବିରାମଚନ୍ଦ୍ରପୁର ଗ୍ରାମର କିଛି ଲୋକ ବିଦ୍ୟୁତ୍ ତାରରେ ଏକ ଭାଲୁର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତାକୁ ତଳକୁ ଓହ୍ଲାଇ ଦେଖିଲେ ଭାଲୁଟିର ମୃତ୍ୟୁ ହୋଇଛି । ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।