(ରିପୋର୍ଟସ ଟୁଡେ / ଶୁଭସ୍ମିତା ଦାଶ ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାଭାଇରସକୁ ମହାମାରୀ ବୋଲି ଘୋଷଣା କରିବା ପରେ ବିସିସିଆଇ ପକ୍ଷରୁ ଏବ ବଡ଼ ନିଷ୍ପତ୍ତି ନିଆଯାଇଛି । ସମସ୍ତ କର୍ମଚାରୀଙ୍କୁ ଘରେ ବସି କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିସିସିଆଇର ମୁଖ୍ୟକାର୍ଯ୍ୟାଳୟ ରେ କର୍ମଚାରୀଙ୍କୁ ଗହଳିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଆଜି ଠାରୁ ନିଜ କର୍ମଚାରୀଙ୍କୁ ଘରେ ବସି କାମ କରିବା ପାଇଁ ବୋର୍ଡ଼ ପକ୍ଷରୁ କୁହାଯାଇଛି ।
ବିସିଆଇର ଜେଣ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ ଟ୍ରେନଗୁଡ଼ିକ ସହରର ପରିବହନ ସର୍ବୋତ୍ତମ ମାଧ୍ୟମ ଏବଂ ସାମ୍ପ୍ରତ୍ତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଟ୍ରେନରେ ଯାତାୟତ କରିବା ନେଇ ସାବଧନନତା ଅବଲମ୍ବନ କରାଯାଇଛି । ତେଣୁ କରି ବର୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆମେ ଅଫିସ କାମ ଘରୁ କରି ପଠାଇପାରିବୁ । ଆଶା କରାଯାଉଛି କିଛିଦିନ ପରେ ପରିସ୍ଥିତି ସୁଧୁରିବ ଏବଂ ସ୍ୱାଭାବିକ ହେବ ।