ପ୍ରଜାପିତା ବ୍ରହ୍ମାକୁମାରୀ ପକ୍ଷରୁ ବାଦି ପାଲା  ଉଦଯାପିତ

(ଗୋପ / ଜୟନ୍ତ କୁମାର ସେଠୀ ) : କୋଣାର୍କରେ ୬୯ ବର୍ଷ ଧରି ଥାନା ଛକସ୍ଥିତ ପାଲା ମଣ୍ଡପରେ ଗଣନାଥଙ୍କ ପୂଜା ଅବସରରେ ସପ୍ତ ଦିବସୀୟ ବାଦିପାଲା ଉଦଯାପିତ ହୋଇଯାଇଛି । ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କୋଣାର୍କ ସେବା କେନ୍ଦ୍ର ପକ୍ଷରୁ ପାଲା ଗାୟିକାରତ୍ନ ବ୍ରହ୍ମାକୁମାରୀ ସୁଶ୍ରୀ ତିଳୋତ୍ତମା ଓଝା ଓ ସାଥି କଳାକାର ବାୟକଙ୍କ ପକ୍ଷରୁ ଆଧ୍ୟାତ୍ମିକ ପାଲା ପରିବେଷଣ କରାଯାଇଛି । ଏହି ଆଧ୍ୟାତ୍ମିକ ପାଲାରେ ରାମାୟଣ, ମହାଭାରତ, ଭାଗବତ, ଶିବ ପୁରାଣ, ବାୟୁ ପୁରାଣ, ବିଷ୍ଣୁ ପୁରାଣ, ପଦ୍ମ ପୁରାଣ, ସ୍କନ୍ଧ ପୁରାଣ ଇତ୍ୟାଦି ବିଭିନ୍ନ ଗ୍ରନ୍ଥମାନଙ୍କରୁ ସାହିତ୍ୟ ଅଳଙ୍କାର ଓ ବର୍ତ୍ତମାନର କଳଙ୍କିତ ସମାଜରେ ସୁଧାର ଆଣିବା ପାଇଁ ବିଭିନ୍ନ ଘଟଣା ବଳିକୁ ନେଇ ପାଲା ପରିବେଷଣ ହୋଇଥିଲା । ପୁରାତନ ସଂସ୍କୃତି ସାହିତ୍ୟର ସୁରକ୍ଷା ଚିନ୍ତା କରି ପାଶ୍ଚାତ୍ୟ ସଭ୍ୟତାର ପଛେରେ ନ ଗୋଡାଇ ଦୀର୍ଘ ୩୦ ବର୍ଷ ଧରୀ ଉକ୍ରଳୀୟ କଳା, ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ଭାବାବେଗର ପ୍ରଚାର ପ୍ରସାର ଦିଗରେ ପାଲା ଗାୟିକା ସୁଶ୍ରୀ ତିଳୋତ୍ତମା ଅବଦାନକୁ ପାଲାପ୍ରେମୀମାନେ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଆଧ୍ୟାତ୍ମିକ ପାଲାକୁ ଉପଭୋଗ କରିବା ପାଇଁ କୋଣାର୍କ ଏନଏସି ସମେତ ବିଭିନ୍ନ ଅଞ୍ଚଳରୁ ଶତାଧିକ ପାଲାପ୍ରେମୀ ଦର୍ଶକମାନେ ଉପସ୍ଥିତ ରହିଥିଲେ । ଏହି ଆଧ୍ୟାତ୍ମିକ ପାଲା କାର୍ୟ୍ୟକ୍ରମକୁ ବ୍ରହ୍ମାକୁମାରୀ ସଦସ୍ୟ ଓ କୋଣାର୍କ ସେବା କେନ୍ଦ୍ରର ଭାଇ ଓ ଭଉଣୀମାନେ ପରିଚାଳନା କରୁଛନ୍ତି ।