ଅମାପ ସମ୍ପତ୍ତିର ନାହିଁ ଆକଳନ …

ଭୁବନେଶ୍ୱର / ସଞ୍ଜୁ- ଯେତେ ଖୋଲିଲେ ସେତେ ବାହାରୁଛି ଅମାପ ସମ୍ପତ୍ତିର ପେଡି । ତିନି ଦିନିଆ ଭିଜିଲାନ୍ସ ରିମାଣ୍ଡରେ ଥିବା ପାଠକ ବାପ-ପୁଅଙ୍କର ଆଜି ହେଉଛି ଦ୍ୱିତୀୟ ଦିନ । ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରୁ ପୁଣି ମିଳିଛି ୧ କୋଟି ୨୮ ଲକ୍ଷ ଟଙ୍କା । ଭୁବନେଶ୍ୱର ଓ ପୁନେରେ ଥିବା ଆକାଉଣ୍ଟରୁ ମିଳିଛି । ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଆକାଶ ପାଠକଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୬ କୋଟି ୫ ଲକ୍ଷ ଟଙ୍କା ଜମା ହୋଇଥିବାବେଳେ ତା’ମଧ୍ୟରୁ ୧୦ କୋଟି ୭୬ ଲକ୍ଷ ଟଙ୍କା ନଗଦ ଆକାରରେ ଜମା ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି।ଏହାବ୍ୟତୀତ ପାଠକଙ୍କ ନାଁରେ ବ୍ରହ୍ମପୁର ଓ ବଲାଙ୍ଗିରରେ ବ୍ୟାଙ୍କ ଆକାଉଣ୍ଟ ରହିଛି । ଯାହାର ତଦନ୍ତ ଭିଜିଲାନ୍ସ ପକ୍ଷରୁ ଏଯାବତ୍ ଜାରି ରହିଛି ।