(ରିପୋଟର୍ସ ଟୁଡେ, ଶ୍ରୀନଗର): ଜମ୍ମୁ-କାଶ୍ମୀରର ସୋପୋର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲଶ୍କର-ଇ-ତୋଇବାର ଆତଙ୍କବାଦୀ ଆସିଫର ମୃତ୍ୟୁ ଘଟିଛି । ଆସିଫ ଏଠାରେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ ଘେରାବନ୍ଦୀ କରିଥିଲେ । ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ ସତର୍କ ସୁଚନା ଦିଆଯାଇଥିଲା । କିନ୍ତୁ ଆସିଫ ଗୁଳିଚାଳନା ଆରମ୍ଭ କରିଥିଲା । ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ଏଥିରେ ୨ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାଯାଇଛି । କିଛିଦିନ ତଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବର୍ଷଣ ସ୍ଥାନୀୟ କିଛି ଫଳ ବେପାରୀଙ୍କ ସମେତ ୨ବର୍ଷର ଶିଶୁ କନ୍ୟା ଆସମା ଆହତ ହୋଇଥିଲେ ।