କଟକ/ଜଗନ୍ନାଥ ମହାନ୍ତି : ଗତକାଲି ଏକ କମଳା ରଙ୍ଗର ଚିଠିକୁ ନେଇ ଗଣମାଧ୍ୟମରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଆଜି ବି ସମାନ ରଙ୍ଗର ଆଉ ଏକ ଚିଠି ମିଳିଛି। ଗତକାଲି ମିଳିଥିବା ଚିଠି ବିଦ୍ୟା ଲେଖିଥିବା ସ୍ୱୀକାର କରିଥିବା ବେଳେ ଆଜି ମିଳିଥିବା ଚିଠି ଭାଇରାଲ ହେଉଥିବା ବେଳେ ତାହା କେଉଁଠୁ ଆସିଲା ଓ କିଏ ଲେଖିଛି ତାହା ସ୍ୱଷ୍ଟ ହୋଇନାହିଁ।ଗତକାଲି କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ଚିଠିରେ ଲେଖା ଯାଇଥିଲା, “ମୁଁ ଏହି ଲୋକକୁ ଦୁନିଆରେ ସବୁଠୁ ଅଧିକ ଘୃଣା କରେ । ଭଗବାନ ମୋ ଭୁଲ୍ ପାଇଁ ମୋତେ କ୍ଷମା କରିଦିଅ। ମୋ ଜୀବନ ବରବାଦ କର ନାହିଁ। କେମିତି ଆଉ ୩ଟା ଦିନ କଟିବ। ଏଟଲିଷ୍ଟ ୧୨-୧୫ଦିନ ଶାନ୍ତିରେ ରହିବି । ମୁଁ ଏହି ଲୋକକୁ ପ୍ରବଳ ଘୃଣା କରେ, ଏପରିକି ମୋ ନାଁ ସହ ତା’ ନାଁ ଯୋଡ଼ିବାକୁ ବି ଇଚ୍ଛା ନାହିଁ। ମୋର ଗୋଟିଏ ନିଷ୍ପତ୍ତି ମୋ ଜୀବନ ବରବାଦ କରିଦେଲା । “ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ। ପ୍ରଭୁ ବାବା ସାଇ ତୁମ ପାଖରେ ଋଣୀ ରହିଯିବି। ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି। କିଛି ବି କରି ପ୍ଲିଜ୍ ଡିଭୋର୍ସ କରିଦିଅ । ଏତେ ଦୁଃଖରେ କହିଲି, ତଥାପି ମୋ ଆଖି ଲୁହ ଦେଖାଗଲାନି। ଏମିତି ହାରାମଜାଦା ମଣିଷ ମୋ ଜୀବନରେ ଦେଖିନି। ଛି ମଲା ବେଳେ ମୁହଁରେ ପୋକ ପଡ଼ନ୍ତୁ ” ଅନ୍ୟପଟେ ଘଟଣାର ଦୀର୍ଘଦିନ ପରେ ପୋଲିସ କୁ ପୁଣି ପୋଡା ଚିନ୍ହ ମିଳିବା ଘଟଣା ଉପରେ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟର ଆଇନଜୀବୀ ତଥା ସୌମ୍ୟଙ୍କ ଓକିଲ ପାର୍ଥସାରଥୀ ନାୟକ।