ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ସ୍ୱର୍ଗତ ଶୈଳବାଳା ସ୍ମୃତି ଉଦ୍ଦେଶ୍ୟରେ ଶୈଳ କୃଷ୍ଣ ଫାଉଣ୍ଡେସନ କଣ୍ଟା ବଣିଆ ପକ୍ଷରୁ ମାଲୁଦ ପଞ୍ଚୁ ଦୋଳ ପଡିଆ ପରିସରରେ ବ୍ଲକ ସ୍ତରୀୟ ଚତୁର୍ଥ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରକ୍ଷା ବନ୍ଧନ ଅବସରରେ ଫାଉଣ୍ଡେସନ ର ମୁଖ୍ୟ ପୁରୋଧା ଅବସର ସେନା ଦୀପକ କୁମାର ଜେନାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନିମନ୍ତୀତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଜୟରାମ ଦାସ,ଡଃ, ବବିତା କୁମାରୀ ଜେନା , ସୋସିଆଲ ମିଡ଼ିଆ ଚେୟାର ମ୍ୟାନ ଅରବିନ୍ଦ ଦାସ, ଏଭେରେଷ୍ଟ ଆରୋହଣ ପ୍ରଥମ ବ୍ୟକ୍ତି ଗଣେଶ ଚନ୍ଦ୍ର ଜେନା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଯୁବନେତା ବିଶ୍ବଜିତ ବିଶ୍ବାଳ ଓ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ବ୍ଲକର ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରଥମେ ଭଲିବଲ ଖେଳ ଆରମ୍ଭ ହୋଇଥିଲା। ଏଥିରେ ଛଅ ଟି ଦଳ ଅସଂଗ୍ରହଣ କରିଥିଲେ।
ନାରାୟଣ ବିଦ୍ଯାପିଠ ଖେଳ ଶିକ୍ଷକ ଅଶୋକ ସାମଲ ଖେଳ ଶିକ୍ଷକ ରଞ୍ଜିତ କୁମାର ସାହୁ (ଖଲ୍ଲିକୋଟ ଗଞ୍ଜାମ )ରେଫରି ଭାବେ ଯୋଗ ଦେଇ ଖେଳ ଆରମ୍ଭ କରିଥିଲେ ଏବଂ ଏହାକୁ ପରିଚାଳନା କରିଥିଲେ ସୌମ୍ୟରଞ୍ଜନ ସାହୁ। ପରେ ଉଚ୍ଚ ଡିଆଁ, ଲମ୍ବ ଡିଆଁ ୧୬ ଶହ ମିଟର ଦୌଡ, ଗହ୍ମା ଡିଆଁ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସତ୍ୟବ୍ରତ ଦାସ, ଦଇତାରୀ ବିଶ୍ବାଳ,ଜଗନ ମୋହନ ମାନସିଂ, ରୁଦ୍ର ପ୍ରସାଦ, ବସନ୍ତ ପ୍ରଧାନ, ରାଜେନ୍ଦ୍ର ନାୟକ, ଆଶିଷ ବାରିକ, ଉଲ୍ଲାସ ଜେନା ପ୍ରମୁଖ ପ୍ରତିଯୋଗିତା ଗୁଡ଼ିକ ପରିଚାଳନା କରିଥିଲେ। କୃତୀ ପ୍ରତିଭା ମାନଙ୍କୁ ମାନପତ୍ର ଏବଂ ଟ୍ରଫି ସହିତ ଆର୍ଥିକ ରାଶି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା।