(ଆଦର୍ଶ ରାଉତ) ଭୁବନେଶ୍ୱର: ଆଜି ଏଜି ଛକଠାରେ ଟ୍ରାଫିକ ତରଫରୁ ଚେକିଂ ବେଳେ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କଠାରୁ ୫୦୦ ଟଙ୍କାର ଫାଇନ କଟାଯାଇଛି । ବେଆଇନ ଭାବେ ବିଧାୟକଙ୍କ ଗାଡି ପାର୍କିଂ କରାଯାଇଥିବାରୁ ତାଙ୍କୁ ଏହି ଫାଇନ ଦେବାକୁ ପଡିଛି ।
ସୂଚନା ମୁତାବକ, ସେଠାରେ ବିଧାୟକ ଲୋକଙ୍କୁ ସଚେତନ କରିବାକୁ ସେଠାରେ ପହଂଚିଥିଲେ । କିନ୍ତୁ ସେଠାରେ ତାଙ୍କ ଗାଡି ଭୁଲ ଜାଗାରେ ପାର୍କିଂ ହୋଇଥିବାକୁ ନେଇ ଟ୍ରାଫିକ ୫୦୦ ଟଙ୍କାର ଜରିମାନା କରିଛି । ଅନନ୍ତ ଜରିମାନା ଦେବା ସହ ଆଇନ ଆଗରେ ସମସ୍ତେ ସମାନ । ଯିଏ ଭୁଲ କରିବ ତାକୁ ଜରିମାନା ଦେବାକୁ ହେବ ବୋଲି କହିଛନ୍ତି । ତେବେ ତାଙ୍କ ଡ୍ରାଇଭର ଭୁଲ ଜାଗାରେ ଗାଡି ପାର୍କିଂ କରିଥିବା ସେ କହିଛନ୍ତି ।