(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତ ପକ୍ଷରୁ ଗତ କାଲି ହୋଇଥିବା ମିଶନ ଶକ୍ତିର ସଫଳ ରୂପାୟନ ପରେ ଆମେରିକା ପ୍ରତିକ୍ରିୟା ରଖିଛି । ଆମେରିକା ଅନ୍ୟ ଦେଶଗୁଡିକୁ ଏପରି କରିବାକୁ ବାରଣ କରିଛି । ଆମେରିକା ଦର୍ଶାଇଛି, ଏପରି କରିବା ଦ୍ୱାରା ଅନ୍ତରୀକ୍ଷରେ ଆବର୍ଜନା ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଅନ୍ୟ ଉପଗ୍ରହଗୁଡିକ ପାଇଁ ଏହା ବାଧକ ହେବ । ଆମେରିକାର ପ୍ରତିରକ୍ଷା ସଚିବ ପ୍ୟାଟ୍ରିକ ଶାହାନାହାନ ଫ୍ଲୋରିଡା କହିଛନ୍ତି, ଭାରତର ମିଶାଇଲ ପରୀକ୍ଷଣର କୁପରିଣାମକୁ ନେଇ ଆମେରିକା ତର୍ଜମା କରିଛି । ମହାକାଶରେ ଆମେ ଅନେକ କାମ କରୁଛି, ସେଠାରେ ଅଳିଆ ସୃଷ୍ଟିକରିବା ଆମପାଇଁ କ୍ଷତିକାରକ ହେବ । ଭାରତ ନଷ୍ଟ କରିଥିବା ସାଟେଲାଇଟର ଧ୍ୱଂସାବଶେଷ ସେଠାରେ ପହି ରହିଲା । ଏହା ହୁଏତ କେତେବେଳେ ପୃଥିବୀ ଉପରେ ଖସିପଡିବ । ତେଣୁ ଏଥିପ୍ରତି ସମସ୍ତେ ସତର୍କ ରହିବା ଆବଶ୍ୟକ ।