ହୋଟେଲରୁ ବିପୁଳ ପରିମାଣର ମଦ ଜବତ ଜଣେ ଗିରଫ

(ବଲାଙ୍ଗୀର / ମଧୂସୁଦନ ବହିଦାର ): ସାରା ରାଜ୍ୟରେ କରୋନା ପାଇଁ ଲକଡାଉନ ଚାଲିଥିବା ବେଳେ ସମସ୍ତ ଦୋକାନ ପତ୍ର ବନ୍ଦ ରହିଛି । କିନ୍ତୁ ଏହି ଲକଡାଉନରେ ବେସି ଉତପାତ କରୁଛନ୍ତି ମଦ ମାଫିଆ ମାନେ । ସେହିଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରର ରାଜମହଲ ହୋଟେଲରେ । ଆଜି ପୋଲିସ କୈଣସି ଏକ ବିଶ୍ୱସ୍ଥ ସୂତ୍ରରୁ ଖବରପାଇ ବେଆଇନ ତଥା ଚଢା ଦରରେ ମଦ ବିକ୍ରି ହେଉଥିବା ରାଜମହଲ ହୋଟେଲକୁ ଯାଇ ଅତର୍କିତ ଭାବରେ ଚଢ଼ଉ କରିଥିଲା। ଚଢ଼ାଉରେ ପାଖାପାଖି ୧୨୮ ବୋତଲ ବିଭିନ୍ନ କମ୍ପାନୀର ମଦ ସହ, ମଦ ବିକ୍ରି କରିଥିବା ବ୍ୟକ୍ତିକୁ ଗିରଫ କରି ଅଟକ ରଖିଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ। ଲକ ଡାଉନ ସମୟରେ ଯଦି ସମସ୍ତ ମଦ ଦୋକାନ, ବାର ବନ୍ଦ ରହିଛି ତଥାପି ମଦ ଆସୁଛି କେଉଁଠୁ। କଳାବଜଜାର କାର୍ୟ୍ୟରେ ନିୟୋଜିତ ବେପାରୀ ବେଧଡକ କାରବାର କେମିତି ଚଳାଇଛନ୍ତି, ଅବକାରୀ ବିଭାଗ ନଜରରେ କେମିତି ଆସୁନୀ ଏହା ସାଧାରଣରେ ଚର୍ଚ୍ଚା ଧରିଛି।