ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ବର୍ଷକରୁ କମ୍ ସମୟ ବାକି ରହିଛି । ତେଣୁ ଏବେଠାରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏହି ନିର୍ବାଚନକୁ ଆଖି ଆଗରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି ।
ଏହି ଅବସରରେ ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ଆମ ଆଦମୀ ପାର୍ଟିର ଆବାହକ ଦୀଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବଲ ଉତ୍ତାଖଣ୍ଡ ଗ୍ରସ୍ତ କରି କହିଛନ୍ତି ଏଥର ଉତ୍ତାରାଖଣ୍ଡର ବାସିନ୍ଦା ନୂଆ ମୁଖ୍ୟମନ୍ତ୍ରୀ ଚେହେରା ପାଇବେ । ଯିଏକି ଉତ୍ତାରା ଖଣ୍ଡ ଆସିଥିବା ବନ୍ୟା ପରେ ନିଜର ସଂଗଠନକୁ ଧରି କେଦାରନାଥରେ କ୍ଷତି ହୋଇଥିଲା ହେଲେ ତାହାକୁ କ ଦିନରାତି ଏକ କରି ସଂଗଠନ ସହ ସାମିଲ ହୋଇ ବୀର ଜବାନ ଅଜେୟ କୋଥିଆଲ ଅବଦାନ ବେଶ ଅତୁଳୀୟ ଅବ ଦାନ ରହିଥିବା ନେଇ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ । ଏହା ମଧ୍ୟ କହିଛନ୍ତ ଯଦି ଉତ୍ତାରା ଖଣ୍ଡରେ ଆପ ସରକାର ହୁଏ ଅଜୟ କୋଥିଆଲ ମୁଖ୍ୟମନ୍ତ୍ରୀ ହେବେ ।
ଏହା ସହ ଉତ୍ତାରାଖଣ୍ଡରେ ଭରପୁର ରହିଥିବା ହିନ୍ଦୁତ୍ୱ ଦେବା ଦେବୀଙ୍କ ପୀଠ ଓ ଟୁରିଷ୍ଟ କ୍ଷତ୍ରେ ଗୁଡିକୁ ବିଶ୍ୱରେ ପରିଚିତ ଲାଭ କରିବ । ଏହାସହ କେଜରିୱାଲ କହିଛନ୍ତି ପୂର୍ବରୁ ନେତାମାନେ ଉତ୍ତରାଖଣ୍ଡକୁ ଲୁଟୁଥିଲେ । ହେଲେ ଜଣେ ସେନା ଦେଶ ସେବାରେ ନିଜର ଜୀବନକୁ ବାଜି ଲଗାଇଥିବା ବେଳେ ଭବିଷ୍ୟତରେ ବି ସେ ଦେଶର ସେବା କରିବେ । ଯେତେବେଳେ ଉତ୍ତରାଖଣ୍ଡରେ ପ୍ରଳୟ ହୋଇଥିଲା ସେତେବେଳେ ସେ ପୁନରୁଦ୍ଧାର କାର୍ୟ୍ୟରେ ସହଯୋଗ କରିଥିଲେ । ଆଉ ଏବେ କୋଟିୱାଲ ଉତ୍ତରାଖଣ୍ଡରେ ପୁନଃନିର୍ମାଣ କାର୍ୟ୍ୟ କରିବେ ବୋଲି କେଜରିୱାଲ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମେ ଉତ୍ତରାଖଣ୍ଡରେ ସର୍ଭେ କରି ଜାଣିଲୁ ଯେ ଲୋକେ ଜଣେ ଦେଶ ସେବକକୁ ସେମାନଙ୍କ ନେତାଭାବେ ଦେଖିବାକୁ ଚାହାଁନ୍ତି ।
ବିଶେଷ କରି ମୁଖ୍ୟମନ୍ତ୍ରୀ ପରେ ଜଣେ ଦେଶଭକ୍ତ ରହିବା ଦରକାର । ଏହାପରେ ସେ ଉତ୍ତରାଖଣ୍ଡକୁ ଆଧ୍ୟାତ୍ମିକ ରାଜଧାନୀ ଭାବେ ଗଢିବା କଥା ଉଠାଇଛନ୍ତି । ଉନ୍ନତ ମୂଳକ ବ୍ୟବସ୍ଥା କଣ କରାଯିବା ସେହି ସବୁ ସ୍ଥାନ ଗୁଡିକରେ ସେସବୁ ନେଇ କହିଛନ୍ତି କେଜିରଓ୍ବାଲ ।