ବଲାଙ୍ଗୀର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର ; ବଲାଙ୍ଗୀର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୮ ତାରିଖରେ ଇଷ୍ଟଦେବୀଙ୍କ ନିକଟରେ ଲାଗିବ ନବାନ୍ନ । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ଭିତରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି।

 

ଏହି ସମୟରେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ। ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିରେ ହୋଇଛି ନିଷ୍ପତି।