ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଆପାର୍ଟମେଣ୍ଟର ଛାତରୁ ଏକ ତିନି ବର୍ଷୀୟ ଶିଶୁକୁ ଫୋପାଡି ଦେଇଥିବାରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ହେଉଛନ୍ତି ମୃତ ଶିଶୁର ବାପାଙ୍କ ବନ୍ଧୁ ହୋଇଥିବା ଜଣାପଡିଛି । ମୁମ୍ବାଇର ଏକ ସାତ ମହଲା ବିଶିଷ୍ଟ ଆପାଟମେଣ୍ଟର ଛାତ ଉପରୁ ଏକ ତିନି ବର୍ଷର ଶିଶୁକୁ ଅନୀଲ ଚୁକାନି ନାମକ ଜଣେ ବ୍ୟକ୍ତି ଫୋପାଡି ଦେଇଥିଲେ । ଯାହାଫଳରେ ତଳେ ଥିବା ଏକ କାର ଉପରେ ପଡିବାରୁ ଶିଶୁଟିର ମୃତ୍ୟୁ ହୋଇଛି । । ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ଜଣାପଡିଛି । ମୃତ ପ୍ରାୟ ଅବସ୍ଥାରେ ଶିଶୁକୁ ଉଦ୍ଧାର କରି ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।