ବାଂଲାଦେଶରେ ୫.୬ ତୀବ୍ରତାର ଭୂକମ୍ପ ଝଟକା

ବାଂଲାଦେଶ: ବାଂଲାଦେଶରେ ଭୂକମ୍ପ ଝଟକା । ଆଜି ସକାଳ ସମୟରେ ସେଠାରେ ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି । ଏହି ଭୂକମ୍ପର ତୀବ୍ରତା ରେକ୍ଟରସ୍କେଲରେ ୫.୬ ରେକର୍ଡ କରାଯାଇଥିବା ବେଳେ ଏହାର କେନ୍ଦ୍ର ସ୍ତଳି ୧୦ କିଲୋମିଟର ଗଭୀର ଥିବା କୁହାଯାଉଛି । ଆଜି ସକାଳେ ମଧ୍ୟ ଉତ୍ତର ପ୍ରଦେଶର ଲଦାଖରେ ଏକ ଭୂକମ୍ପ ଘଟିଛି । ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୩.୪ ରେ ମାପ କରାଯାଇଥିଲା । ତେବେ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ରାଜଧାନୀ ଢାକା ସମେତ କିଛି ଅଞ୍ଚଳରେ ଭୂକମ୍ପ ପରେ ଘରଦ୍ବାର ଥରି ଉଠିଥିଲା । ଭୟରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ । ୟୁନାଇଟେଡ ଷ୍ଟେଟସ ଅଫ Geological Surveyର ସୂଚନା ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ଲକ୍ଷ୍ମୀପୁର ଥିଲା । ଗତ ଜାନୁଆରୀରୁ ଛଅ ଥର ୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି ।