(ସୋମ୍ୟ ରଂଜନ ସେଠୀ) ଭାଲୁ ଆକ୍ରମଣରେ ଦୁଇଜଣ ଗୁରୁତର, ବାଲେଶ୍ୱର ଜିଲ୍ଲା ନୀଳଗିରି ଅଚଂଳରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହେଇଛନ୍ତି । ଜାମୁଡିହା ପଞ୍ଚାୟତ ରିଙ୍ଗପୁର ଗାଁର ଜୟରାମ ସିଂ ଭୋର ସମୟରେ ଘରପାଖ ବାଡିକୁ ଶୌଚ ଯାଇଥିଲେ। ଦୁଇଟି ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁହଁ, ପିଠି, ମୁଣ୍ଡ, ହାତରେ ଗଭୀର ଆଘାତ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରାଯଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତି କରାଯାଇଛି ।
ସେହିପରି କେନ୍ଦୁଝର ଅଧରଝରି ଗାଁରେ ଭାଲୁ ଆତଙ୍କ ।ରେଙ୍ଗା ହୋ ନାମକ ଜଣେ ଯୁବକ ଶୌଚ ହେବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ସେଥିରେ ସେ ଗୁରୁତର ଆହତ ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।