(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ମାଲକାନଗିରି ପୋଲିସ ନିକଟରେ ମୋଷ୍ଟ ୱାଣ୍ଟେଡ ଦୁଇ ମହିଳା ମାଓ କ୍ୟାଡରଙ୍କ ଆତ୍ମସମର୍ପଣ । ଆତ୍ମସମର୍ପଣକାରୀ ମହିଳା ମାଓବାଦୀ ହେଉଛନ୍ତି ଆନ୍ଧ୍ର ଓଡିଶା ବଡ଼ର ଜୋନାଲ କମିଟିର ଏସିଏମ କ୍ୟାଡର ଶାନ୍ତି ମାଡି ଓ ସୋଡି ଲୋକେ । ଶାନ୍ତି ମାଡିର ଘର ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକରେ ହୋଇଥିବା ବେଳେ ସେ ୧୩ ବର୍ଷ କାଳ କାଲିମେଳା ଦଲମରେ କାର୍ୟ୍ୟ କରିଥିଲା । ମାଲକାନଗିରି ଜିଲ୍ଲାରେ ୨୦୦୮ ମସିହାରେ ଆଣ୍ଟି ଲ୍ୟାଣ୍ଡ ମାଇନ୍ସ ଗାଡି ବିସ୍ଫୋରଣ କରିବା, ରାଜୁଲକୋଣ୍ଡାରେ ଏସଓଜି ଟିମ ଉପରେ ଆକ୍ରମଣ କରିବା ଭଳି ୫୦ରୁ ଉର୍ଦ୍ଧ୍ବ ମାଓ କାର୍ୟ୍ୟକଳାପରେ ଶାନ୍ତି ସାମିଲ ଥିବା ବେଳେ ସୋଡି ଲାକେ ମଧ୍ୟ ବହୁ ହିଂସାକାଣ୍ଡରେ ଜଡିତ ଥିଲା। ଏମାନଙ୍କ ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।