( ମମତା ସାମଲ) : ନୂଆପଡା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ କରଙ୍ଗାମାଲ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ଜଙ୍ଗଲ ଭିତରୁ ଭାଲୁଟି ଗାଁ ଭିତରକୁ ମାଡି ଆସିଥିଲା । ଭାଲୁ ହାବୁଡରେ ପଡି ୧୦ ଜଣ ଗୁରୁତର ଆହତ ହୋଇଥିଲେ । ସକାଳେ ୮ ଜଣଙ୍କୁ ଆକ୍ରମଣ କରିବା ପରେ ପୁଣିଥରେ ସନ୍ଧ୍ୟାରେ ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଖଡିଆଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ବନବିଭାଗର କର୍ମଚାରୀ ଗାଁରେ ପହଞ୍ଚି ଭାଲୁକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ।